ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ମନ୍ତବ୍ୟ, କହିଲେ...

ନୂଆଦିଲ୍ଲୀ: ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ମଧ୍ୟପ୍ରାଚ୍ୟ ପାଲଟିଲାଣି ଓ୍ବାର ଜୋନ୍ । ତାଇଓ୍ବାନ୍ କବଜା ଲକ୍ଷ୍ୟରେ ଚୀନ୍ । ଋଷ ସହଯୋଗରେ ଦକ୍ଷିଣ କୋରିଆ ବିପକ୍ଷରେ ଯୁଦ୍ଧ ପ୍ରସ୍ତୁତି କଲାଣି ଉତ୍ତର କୋରିଆ । ୟୁକ୍ରେନ୍, ଗାଜା, ଲେବାନନ, ସିରିଆ ସବୁଠି ଯୁଦ୍ଧର ଘନଘଟାରେ ଅସ୍ତବ୍ୟସ୍ତ ହେଲାଣି ଜୀବନ । ରୁଷିଆ ସହ ପାଖାପାଖି ୩ ବର୍ଷ ହେଲା ଲାଗିଥିବା ଯୁଦ୍ଧରେ ୟୁକ୍ରେନ୍‌ର ୪୩,୦୦୦ ସୈନ୍ୟ ନିହତ ହେଲେଣି। ରୁଷିଆ ନିକଟ ଭବିଷ୍ୟତରେ ଧ୍ୱଂସ ହେବାର ନାହିଁ।

ସେଥିପାଇଁ କିଭ୍‌ ସ୍ଥାୟୀ ଶାନ୍ତି ଚାହେଁ ବୋଲି ରବିବାର ପ୍ୟାରିସ୍‌ରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି କହିଛନ୍ତି। ଏକ ଚୁକ୍ତିନାମା ପାଇଁ ଜେଲେନ୍‌ସ୍କି ଆଗ୍ରହୀ ବୋଲି ପୂର୍ବରୁ ଟ୍ରମ୍ପ୍‌ କହିବା ସହ ବୁଝାମଣା ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ। ଉଭୟ ପ୍ୟାରିସ୍‌ସ୍ଥିତ ଏଲିସିରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁଙ୍କୁ ଭେଟିଥିଲେ। ତୁରନ୍ତ ବିବାଦର ସମାଧାନ କରାଇପାରିବେ ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି।

trump

ଏକ ସୋସିଆଲ ମିଡିଆରେ ଜେଲେନ୍‌ସ୍କି ଲେଖିଛନ୍ତି, ୩ ବର୍ଷର ଯୁଦ୍ଧରେ ଅନେକ ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲକ୍ଷ ଜନସାଧାରଣ ଦେଶ ଛାଡ଼ି ପଳାଇଲେଣି। ରୁଷିଆ ଆମ ଦେଶକୁ ଯୁଦ୍ଧ ଆଣିଥିଲା। ଏହା ଶାନ୍ତି ସମ୍ଭାବନାକୁ ଭଣ୍ଡୁର କରିବାକୁ ଚାହୁଁଥିବା ଜେଲେନ୍‌ସ୍କି କହିଛନ୍ତି। ପାଶ୍ଚାତ୍ୟ ସହଯୋଗୀମାନେ ପେସା ପ୍ରତି ଆଖିବୁଜି ଦେଇପାରିବେ ନାହିଁ। ୟୁକ୍ରେନ୍‌ କେବଳ ଦୀର୍ଘମିଆଦୀ ଶାନ୍ତି ଆଣିବାକୁ ଥିବା ଡିଲ୍‌ରେ ରାଜି ବୋଲି ଏହାର ରାଷ୍ଟ୍ରପତି କହିଛନ୍ତି। ଯୁଦ୍ଧ ଅନ୍ତହୀନ ହୋଇ ନପାରେ। କେବଳ ଶାନ୍ତି ସ୍ଥାୟୀ ଏବଂ ନିର୍ଭରଯୋଗ୍ୟ ହେବା ଜରୁରୀ ବୋଲି ଜେଲେନ୍‌ସ୍କି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+