Get Updates
Get notified of breaking news, exclusive insights, and must-see stories!

ବାଇଡେନ ହେଉଛନ୍ତି ଦେଶର ସବୁଠୁ ଖରାପ ରାଷ୍ଟ୍ରପତି:ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ସମର୍ଥନ କରିଛନ୍ତି । ବାଇଡେନ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି ମିନିଟ ପରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନ ଥିଲେ ।

ସେ ଏହି ପଦରେ ରହିବାରୁ ଆମକୁ ବହୁତ ଭୋଗିବାକୁ ପଡ଼ିଛି । ଆମେ ଖୁବ୍ ଶୀଘ୍ର ଏହି କ୍ଷତିକୁ ଭରିବା ସହ ଆମେରିକାକୁ ମହାନ କରିବୁ । ଏଥିସହ କମଳା ହାରିସ ଡେମୋକ୍ରାଟିକ୍ ପ୍ରାର୍ଥୀ ହେଲେ ତାଙ୍କୁ ବି ହରାଇବା ସହଜ ହେବ । ' ନିଜ ସୋଶାଲ ମିଡିଆ ସାଇଟ୍‌ରେ ଏପରି ପୋଷ୍ଟ କରିଛନ୍ତି ଆମେରିକାର ରିପବ୍ଲିକାନ ପ୍ରାର୍ଥୀ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ, ଟ୍ରମ୍ପ ନିଜ ସୋଶାଲ ମିଡିଆ ସାଇଟ ଟ୍ରୁଥ୍ ସୋଶାଲରେ ପୋଷ୍ଟ କରି କହିଛନ୍ତି, ବାଇଡେନ ମିଥ୍ୟାର ସାହାରା ନେଇ ଆମେରିକା ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ । ତାଙ୍କ ଆଖପାଖରେ ଥିବା ସବୁ ଲୋକ ଜାଣିଥିଲେ ଯେ ସେ ଏହି ପଦ ପାଇଁ ଯୋଗ୍ୟ ନୁହନ୍ତି ।

joe biden

ସେ ଆମ ଦେଶକୁ ବିପର୍ଯ୍ୟୟ ମୁହଁକୁ ଠେଲି ସାରିଲେଣି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସୀମା ପାର ହୋଇ ଆମ ଦେଶରେ ପ୍ରବେଶ କରୁଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଆତଙ୍କବାଦୀ ତ କିଏ ଜେଲ୍‌ରୁ ଫେରାର ହୋଇ ଆସୁଛି ଓ କାହାର ମାନସିକ ସ୍ଥିତି ଠିକ୍ ନାହିଁ । ସେମାନଙ୍କର କୌଣସି ଯାଞ୍ଚ କରାଯାଉ ନ ଥିବାରୁ ଆମ ଦେଶର ସୁରକ୍ଷା ଏବେ ବିପଦରେ ।

ବାଇଡେନଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଯୋଗୁ ଆମକୁ ବହୁ କ୍ଷତି ସହିବାକୁ ପଡ଼ୁଛି । କିନ୍ତୁ ବିଶ୍ୱାସ ଅଛି ଆମ ଖୁବ୍ ଶୀଘ୍ର ସବୁ ଜିନିଷକୁ ଟ୍ରାକ୍‌କୁ ନେଇ ଆସିବୁ ବୋଲି କହିଛନ୍ତି ଟ୍ରମ୍ପ । ଏଥିସହ କମଳା ହାରିସଙ୍କ ପ୍ରାର୍ôଥତ୍ୱକୁ ବାଇଡେନ ସମର୍ଥନ କରିବା ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ ତୁଳନାରେ କମଳା ହାରିସଙ୍କୁ ପରାଜିତ କରିବା ଖୁବ୍ ସହଜ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+