ଟ୍ରମ୍ପଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ,ମିଳିଲା ଏହି ପଦ

ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ - . ଆମେରିକୀୟ ଉଦ୍ୟୋଗୀ ଶ୍ରୀରାମ କ୍ରିଷ୍ଣନଙ୍କୁ ହ୍ଵାଇଟ୍ ହାଉସ୍‌ର କୃତ୍ରିମ ବୁଦ୍ଧିମତା ବିଭାଗର ବରିଷ୍ଠ ନୀତି ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ହ୍ଵାଇଟ୍ ହାଉସ୍ ଏଆଇ ଏବଂ କ୍ରିପ୍ଟୋ ଜାର୍ ଭାବେ ନିଯୁକ୍ତ ଡାଭିଡ ସାକ୍‌ଙ୍କ ସହିତ ଶ୍ରୀ କ୍ରିଷ୍ଣନ ମିଳିତଭାବେ କାର୍ଯ୍ୟ କରିବେ ଏବଂ ସେଠାକାର ସରକାରରେ ଏଆଇ ସମ୍ପର୍କିତ ନୀତି ନିର୍ଦ୍ଧାରଣ କରିବେ ।

ଏହି ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ଭାରତୀୟ- ଆମେରିକୀୟ ସମୁଦାୟ ଶ୍ରୀ କ୍ରିଷ୍ଣନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଯୁକ୍ତି ବିଦ୍ୟା ଓ ନେତୃତ୍ୱ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇଛନ୍ତି । ସୂଚନାଯୋଗ୍ୟ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଶ୍ରୀ କ୍ରିଷ୍ଣନ ସ୍ନାତକ ଶିକ୍ଷା ଶେଷ ପରେ ଆମେରିକାରେ ମାଇକ୍ରୋସଫ୍ଟ ଉଇଣ୍ଡୋଜର ଜିଓର ପ୍ରତିଷ୍ଠାତା ସଦସ୍ୟଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକାଧାରରେ ଜଣେ ଉଦ୍ୟୋଗୀ, ଅଭିଜ୍ଞ ବୈଷୟିକବିତ, ପ୍ରଡକାଷ୍ଠର ଏବଂ ଲେଖକ ଅଟନ୍ତି ।

Sriram Krishnan

ଶ୍ରୀରାମ କ୍ରିଷ୍ଣନ୍‌ ଓ ଏଲନ୍‌ ମସ୍କ ବହୁତ ଭଲ ବନ୍ଧୁ। କ୍ରିଷ୍ଣନନ୍‌ ଫେସ୍‌ବୁକ୍‌, ମାଇକ୍ରୋସଫ୍‌, ୟାହୁ, ଟ୍ୱିଟର ଏବଂ ସ୍ନାପ୍‌ କରି ନାମୀ କମ୍ପାନୀରେ କାମ କରିଛନ୍ତି। ଏହି ପଦ ପାଇଁ ମନୋନୀତ ହୋଇଥିବାରୁ କ୍ରିଷ୍ଣନନ ଖୁବ୍‌ ଖୁସି ବୋଲି ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+