ଟ୍ରମ୍ପଙ୍କ ଦୋମୁହାଁ ନୀତି: ଭାରତ ଉପରେ ଟାରିଫ, ପାକିସ୍ତାନ ସହ.....
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ପାକିସ୍ତାନ ସହିତ ଏକ ଐତିହାସିକ ଟ୍ରେଡ୍ ଡିଲ୍ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅନ୍ୟପକ୍ଷରେ ସେ ଭାରତ ଉପରେ ୨୫% ଟାରିଫ୍ ଏବଂ ଅତିରିକ୍ତ ଟାରିଫ୍ ଲାଗୁ କରିବା ବିଷୟରେ କହିଥିଲେ। ଏହି ଦୁଇଟି ଘୋଷଣାର ସମୟ ସ୍ପଷ୍ଟ କରୁଛି, ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଏସିଆରେ ଏକ ନୂତନ ରଣନୈତିକ ଚାପ ନୀତି ଗ୍ରହଣ କରୁଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହି ଟ୍ରେଡ୍ ଡିଲ୍ ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଏହାକୁ ଏକ ସ୍ଥାୟୀ ସହଭାଗୀତାର ସୀମା ବିସ୍ତାର କରିବା ପାଇଁ ଏକ ପଦକ୍ଷେପ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ବାଣିଜ୍ୟିକ ନୀତିକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଭାରତ ଉପରେ ୨୫ ପ୍ରତିଶତର ଶୁଳ୍କ ଘୋଷଣା କରିବା ଠିକ୍ ପରେ ପଡ଼ୋଶୀ ପାକିସ୍ତାନ ସହ ବାଣିଜ୍ୟିକ କାରବାର ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ ବଡ଼ ତୈଳ ଡିଲ୍ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ ।
ପାକିସ୍ତାନରେ ବିଶାଳ ତୈଳ ଭଣ୍ଡାର ଖୋଲିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏପରିକି ଆଗାମୀ ଦିନରେ ତୈଳ ପାଇଁ ଭାରତ, ପାକିସ୍ତାନ ଉପରେ ନିର୍ଭର କରିବ ବୋଲି ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦୋମୁହାଁ ନୀତିକୁ ନେଇ ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି । ଭାରତର ଶତ୍ରୁ ରାଷ୍ଟ୍ରକୁ ଟ୍ରମ୍ପ କାହିଁକି ଏତେ ଭରସା କରୁଛନ୍ତି, ତାହାକୁ ନେଇ ଉଠିଛି ପ୍ରଶ୍ନ ।












Click it and Unblock the Notifications