ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଟ୍ରମ୍ପଙ୍କ ଟାରିଫ୍ ଛାଟ , ଏହି ସିନେମା ଉପରେ ୧୦୦ %....
ଆମେରିକାର ଫିଲ୍ମ ଇଣ୍ଡଷ୍ଟ୍ରି ଗଭୀର ସଙ୍କଟରେ ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ନିଷ୍ପତ୍ତି ନେଇ ବିଦେଶରେ ନିର୍ମିତ ସମସ୍ତ ଫିଲ୍ମ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏପରି ନିଷ୍ପତ୍ତି ନେବା ପଛର କାରଣ ହେଉଛି, ଏହି ପଦକ୍ଷେପ ଅନ୍ୟ ଦେଶ ଯୋଗୁଁ ପ୍ରଭାବିତ ହେଉଥିବା ଆମେରିକୀୟ ଫିଲ୍ମ ଶିଳ୍ପକୁ ରକ୍ଷା କରିବ। ତଥାପି, ଚଳଚ୍ଚିତ୍ର ନିର୍ମାତାମାନେ ଏହି ନିଷ୍ପତ୍ତିକୁ ନେଇ ଚିନ୍ତିତ ଏବଂ କହିଛନ୍ତି ଯେ ଏହା ଆର୍ଥିକ କ୍ଷତି କରିବ। ଟ୍ରମ୍ପଙ୍କ ଏହି ଘୋଷଣା ପରେ, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ବହୁତ କ୍ରୋଧିତ ଓ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି ।
ଟ୍ରମ୍ପଙ୍କ ନିଷ୍ପତ୍ତି ପଛରେ ଥିବା ବିଶ୍ୱାସ ହେଉଛି ଯେ ଅନେକ ଦେଶ ଚଳଚ୍ଚିତ୍ର ସୁଟିଂ ପାଇଁ ଅନୁମତି ଦେଉଛନ୍ତି । ଯାହା ଯୋଗୁଁ ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପ ଦ୍ରୁତ ଗତିରେ ହ୍ରାସ ପାଉଛି। ଏହି କାରଣରୁ ଏହାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକି ଫିଲ୍ମ ଶିଳ୍ପକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଏକ ବ୍ୟାପକ ପଦକ୍ଷେପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଛନ୍ତି ଯେ ସେ ବାଣିଜ୍ୟ ବିଭାଗ ଏବଂ ଆମେରିକୀୟ ବାଣିଜ୍ୟ ପ୍ରତିନିଧିକୁ ଆମେରିକା ବାହାରେ ନିର୍ମିତ ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ତାଙ୍କ ସଦ୍ୟ ଏକ୍ସ ପ୍ଲାଟଫର୍ମରେ ରବିବାର ରାତିରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ସେ ବାଣିଜ୍ୟ ବିଭାଗ ଏବଂ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟକୁ ଆମ ଦେଶରେ ଆସୁଥିବା ସମସ୍ତ ଏବଂ ବିଦେଶୀ ଦେଶରେ ନିର୍ମିତ ଚଳଚ୍ଚିତ୍ର ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଅଧିକାର ଦେଇଛନ୍ତି। ଆମେରିକାରେ ଚଳଚ୍ଚିତ୍ର ଶିଳ୍ପ ଏବେ ଦ୍ରୁତ ଗତିରେ ଅବନତି ଆଡ଼କୁ ଗତି କରୁଛି ବୋଲି ଅଭିଯୋଗ କରିଛନ୍ତି ଟ୍ରମ୍ପ୍।
ଏଥିସହିତ ଟ୍ରମ୍ପ ବିଦେଶରେ ଆମେରିକୀୟ ଷ୍ଟୁଡିଓ ଏବଂ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରଲୋଭିତ କରିବା ପାଇଁ ଲାଭଦାୟକ ପ୍ରୋତ୍ସାହନ ପ୍ରଦାନ କରୁଥିବାରୁ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିଛନ୍ତି ଏବଂ ପରିସ୍ଥିତିକୁ ଏକ ଆର୍ଥିକ ଏବଂ ଜାତୀୟ ସୁରକ୍ଷା ବିପଦ ଭାବରେ ବର୍ଣ୍ଣନା କରିଛନ୍ତି। ଏହା, ଅନ୍ୟ ସବୁକିଛି ବ୍ୟତୀତ, ସେ ବିଦେଶୀ ସିନେମାକୁ କେବଳ ବାର୍ତ୍ତା ଏବଂ ପ୍ରଚାର ଭାବେ ଦେଖନ୍ତି ବୋଲି କହିଛନ୍ତି ଟ୍ରମ୍ପ।












Click it and Unblock the Notifications