ପଦାରେ ପଡ଼ିଲା ଡୋନାଲ୍ଡ ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ କଳି; କଡ଼ା ଶବ୍ଦରେ ଦୁହେଁ ଦୁହିଁଙ୍କୁ କଲେ ସମାଲୋଚନା
ପଦାରେ ପଡ଼ିଲା ଡୋନାଲ୍ଡ ଟ୍ରମ୍ପ୍ ଓ ଏଲନ୍ ମସ୍କଙ୍କ କଳି । କଡ଼ା ଶବ୍ଦରେ ଦୁହେଁ ଦୁହିଁଙ୍କୁ କଲେ ସମାଲୋଚନା । ଟ୍ରମ୍ପ୍ ପ୍ରଶାସନର ନୀତିକୁ ଏଲନ୍ ମସ୍କଙ୍କ ନୀବ୍ର ନିନ୍ଦା ।
ମସ୍କ ବହୁତ ନିରାଶ କରିଛନ୍ତି କହି ବର୍ଷିଲେ ଟ୍ରମ୍ପ୍ । ମୋ ବିନା ଟ୍ରମ୍ପ୍ ନିର୍ବାଚନ ଜିତିପାରି ନଥାନ୍ତେ ବୋଲି କହିଲେ ମସ୍କ । ଦାୟିତ୍ବରୁ ଓହରି କିଛି ଲୋକ ଶତ୍ରୁ ହୋଇଯାଆନ୍ତି ବୋଲି କହିଲେ ଟ୍ରମ୍ପ୍ ।

ସାର୍ବଜନିକ ଭାବେ ମସ୍କ ଓ ଟ୍ରମ୍ପ ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରି ଦେଇଛନ୍ତି । ନିକଟରେ ମସ୍କ ଟ୍ରମ୍ପ୍ଙ୍କ ଟିକସ ଏବଂ ଖର୍ଚ୍ଚ ସମ୍ବନ୍ଧିତ ବିଲ୍କୁ ସମାଲୋଚନା କରିବାକୁ ନେଇ ଟ୍ରମ୍ପ୍ କହିଛନ୍ତି, 'ମସ୍କଙ୍କୁ ପୂର୍ବରୁ ଟିକସ ଏବଂ ଖର୍ଚ୍ଚ ବିଲ୍ ବାବଦରେ ସବୁକିଛି ଜଣାଥିଲା । କିନ୍ତୁ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇ ନ ଥିଲା । ହେଲେ ଇଲେକ୍ଟ୍ରିକ୍ ଯାନ କ୍ରୟ ମାଣ୍ଡେଟ୍ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍କୁ ବିରୋଧ କରି ମସ୍କ ବେଶ୍ ନିରାଶ କରିଛନ୍ତି । ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି । ମୁଁ ସବୁବେଳେ ମସ୍କଙ୍କୁ ପସନ୍ଦ କରୁଥିଲି । ସେ ପୂର୍ବରୁ ମୋ ବିଷୟରେ ବହୁତ ଭଲ କଥା କହିଛନ୍ତି । କିନ୍ତୁ ଏବେ ମସ୍କଙ୍କ ସହ ମୋର ସମ୍ପର୍କ ପୂର୍ବ ଭଳି ରହିବ କି ତାହା ଜଣାନାହିଁ ।'
ଟ୍ରମ୍ପ୍ଙ୍କ ଏହି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖି ମସ୍କ କହିଛନ୍ତି , 'ମୁଁ ନ ଥିଲେ ଟ୍ରମ୍ପ୍ ନିର୍ବାଚନରେ ହାରିଥା'ନ୍ତେ । ଡେମୋକ୍ରାଟ୍ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ କବ୍ଜା କରିନେଇଥା'ନ୍ତେ ଏବଂ ସିନେଟରେ ରିପବ୍ଲିକାନ୍ ୫୧-୪୯ ବ୍ୟବଧାନରେ ଜିତିଥା'ନ୍ତେ । ଟ୍ରମ୍ପ୍ କୃତଜ୍ଞ ରହିବା କଥା । ସରକାର ଇଭି ଏବଂ ସୌରଶକ୍ତିରେ ସବ୍ସିଡି ତ କମ୍ କରିଦେଲେ କିନ୍ତୁ ତେଲ, ଗ୍ୟାସ୍ କମ୍ପାନୀଗୁଡ଼ିକୁ ମିଳୁଥିବା ଛାଡ଼ ପୂର୍ବଭଳି ରଖିଲେ । ଏହା ଆଦୌ ଉଚିତ ନୁହେଁ । ବିଲ୍ରେ ବହୁତ ଫାଲ୍ତୁ ଖର୍ଚ୍ଚ ଯୋଡ଼ାଗଲା ଯାହାକୁ ହଟାଯିବା କଥା ।'
ଅସଲ ବମ୍ ପଡିବାର ସମୟ- ଏଲନ ମସ୍କ ଟ୍ରମ୍ପଙ୍କ ବିରୋଧରେ ଖୋଲାଖୋଲି ଭାବେ ମହାଭିଯୋଗ ପ୍ରସ୍ତାବ ଦାବି କରିଛନ୍ତି । ଏହା ସହିତ ଟ୍ରମ୍ପଙ୍କ ସ୍ଥାନରେ ଜେଡ଼ି ଭାନ୍ସଙ୍କୁ ଆମେରିକା ନୂଆ ରାଷ୍ଟ୍ରପତି କରାଯାଉ । ଏହା ସହିତ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ଅସଲ ବମ୍ ପଡିବାର ସମୟ ଆସିଛି । ସତ ବାହାରକୁ ଆସିବା ଦରକାର ।
'ମୋଦି ଜୀ ଅସ୍ତ୍ରବିରତି ଘୋଷଣା କରନ୍ତୁ'- ଟ୍ରମ୍ପ-ମସ୍କଙ୍କ ଏହି କଳିକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କର ରୋଚକ କମେଣ୍ଟ ଦେଖିବାକୁ ମିଳିଛି । ଜଣେ ଏକ୍ସ ୟୁଜର ଲେଖିଛନ୍ତି, ମୋଦି ଜୀ ଏଲନ ମସ୍କ ଓ ଟ୍ରମ୍ପଙ୍କ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରନ୍ତୁ । ଏହି ପୋଷ୍ଟକୁ ଲକ୍ଷାଧିକ ଲୋକ ଦେଖିଛନ୍ତି । ସେହିପରି ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ ମସ୍କଙ୍କ ପୋଷ୍ଟକୁ ସେୟାର କରି ଲେଖିଛନ୍ତି ଅସ୍ତ୍ରବିରତି ଘୋଷଣା ହେଉ ।












Click it and Unblock the Notifications