ଫେବୃୟାରୀରେ ଟ୍ରମ୍ପ ଓ ମୋଦୀଙ୍କ ସାକ୍ଷାତ ! ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟାରେ ହୋଇପାରେ ଆଲୋଚନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଖୁବଶୀଘ୍ର ବୈଠକ ହୋଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତୀୟ ଏବଂ ଆମେରିକୀୟ କୂଟନୀତିଜ୍ଞ ଫେବ୍ରୁଆରୀରେ ୱାଶିଂଟନରେ ପିଏମ୍ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବା ପାଇଁ ପ୍ରସାୟ କରୁଛନ୍ତି । ଯଦି ଏହି ବୈଠକ ହୁଏ ତେବେ ପିଏମ୍ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବ୍ୟବସାୟ ଏବଂ ଶ୍ରମିକ ଭିସା ଉପରେ ଚର୍ଚ୍ଚା ହୋଇପାରେ । ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ହ୍ୱାଇଟ୍ ହାଉସରେ ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅଧିକାରୀଙ୍କ ମଧ୍ୟରେ ଭାରତ ଉପରେ ଟାରିଫ୍ ବୃଦ୍ଧି କରାଯିବାକୁ ନେଇ ଚିନ୍ତା ବଢିଛି ।

ତେବେ ଫେବ୍ରୁଆରୀରେ ଏହି ବୈଠକ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ସୂତ୍ର ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ନିଶ୍ଚିତ ଦ୍ୱିପାକ୍ଷିକ ବୈଠକ ହୋଇପାରେ । ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର କ୍ୱାଡ୍ ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୨୦୨୦ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ଅହମଦାବାଦର କ୍ରିକେଟ୍ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଆମେରିକା, ଭାରତର ସବୁଠୁ ବଡ଼ ବ୍ୟବସାୟୀକ ସହଯୋଗୀ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୩-୨୪ରେ ୧୧୮ ବିଲିୟନ ଡଲାର (୧୦ ଲକ୍ଷ କୋଟି ଟଙ୍କା) ପାର୍ କରିଥିଲା । ଏଥିରେ ଭାରତ ୩୨ ବିଲିୟନ ଡଲାର (ପ୍ରାୟ ୨.୭ ଲକ୍ଷ ଡଲାର) ବ୍ୟବସାୟ କରିଥିଲା । ସୂତ୍ର ଅନୁସାରେ ଦୁଇ ନେତାଙ୍କ ବୈଠକରେ ଟେକ୍ନୋଲଜି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଭାଗୀତା ବଢାଯିବ ଉପରେ ମଧ୍ୟ ଆଲୋଚନା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+