ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ଆମେରିକାର ଏହି କ୍ଷେତ୍ରରେ ୧୦ ହଜାର କର୍ମଚାରୀଙ୍କୁ କରିବେ ଛଟେଇ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖର୍ଚ୍ଚ କାଟ୍‌ ନିଶା ଘାରିଛି। ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଫଳରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଟ୍ରମ୍ପ ପ୍ରଶାସନ ସରକାରୀ ଖର୍ଚ୍ଚ କାଟ୍‌ କରିବାକୁ ଏହି ପଦକ୍ଷେପ ନେବାକୁ ଯାଉଛି। ଏଥିସହ କେତେକ ଆଞ୍ଚଳିକ କାର‌୍ୟ୍ୟାଳୟ ମଧ୍ୟ ବନ୍ଦ କରିବାକୁ ଯୋଜନା କରାଯାଇଛି।

ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିବା ସ୍ବେଚ୍ଛାକୃତ ଅବସର ପ୍ରସ୍ତାବକୁ ୧୦ ହଜାର ପୂର୍ଣ୍ଣକାଳୀନ କର୍ମଚାରୀ ଗ୍ରହଣ କରିଛନ୍ତି। ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ସରକାରୀ କର୍ମଚାରୀ ସଂଖ୍ୟା ହ୍ରାସ ପାଇଁ ନିମନ୍ତେ ପଦକ୍ଷେପ ନେଇଛନ୍ତି। ସେହିପରି ମାର୍ଚ୍ଚ ୧୮ରେ ପ୍ରତିରକ୍ଷା ବିଭାଗ ପ୍ରାୟ ୬୦ ହଜାର କର୍ମଚାରୀଙ୍କୁ ଛଟେଇ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ମାର୍ଚ୍ଚ ୧୧ରେ ଶିକ୍ଷା ବିଭାଗ ମଧ୍ୟ ଏହାର କର୍ମଚାରୀଙ୍କ ସଂଖ୍ୟା ଅଧା କମାଇବାକୁ ଘୋଷଣା କରିଥିଲା।

trump

ସେହିପରି ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳ ପ୍ରଶାସନ ଦ୍ବିତୀୟ ପର‌୍ୟ୍ୟାୟ ଛଟେଇରେ ପ୍ରାୟ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଭେଟେରାନ୍ସ ବ୍ୟାପାର ବିଭାଗ ମଧ୍ୟ ୮୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି। ଏହି ଛଟେଇ ପ୍ରକ୍ରିୟା ଜୁନ୍‌ରୁ ଆରମ୍ଭ ହେବ। ଏଥିସହ ଆମେରିକାର ଆଭ୍ୟନ୍ତରୀଣ ରାଜସ୍ୱ ସେବା (ଆଇଆର୍‌ଏସ୍‌) ମଧ୍ୟ ଏହାର ୯୦ ହଜାର କର୍ମଚାରୀଙ୍କ ମଧ୍ୟରୁ ଅଧା ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ରଏଟର୍ସର ରିପୋର୍ଟ ଅନୁଯାୟୀ ଗତ ଦୁଇଟି ମାନ୍ଦାବସ୍ତାରେ ମଧ୍ୟ ଏତେ ସଂଖ୍ୟାରେ ଛଟେଇ ହୋଇ ନ ଥିଲା, ​‌ଯାହା ଏବେ ଆମେରିକାର ନିଯୁକ୍ତିଦାତା ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+