ଉପପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ରିଷ୍ଟିଆ ଫ୍ରିଲାଣ୍ଡ, ଟ୍ରୁଡୋଙ୍କ ଇସ୍ତଫା ଦାବି କଲେ ଜଗମିତ ସିଂ
ଓଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବଡ ଝଟକା ଲାଗିଛି। ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ନେଇ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କର ମତଭେଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

କ୍ରମାଗତ ଭାବରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଏହି ଝଟକା ଲାଗିଛି । ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ପରେ ଜଗମିତ ସିଂ ଜଷ୍ଟିନ ଟ୍ରୁଡୋଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଛନ୍ତି। ତେବେ ସେ ନିର୍ବାଚନ ଦାବି କରିନାହାଁନ୍ତି କିମ୍ବା ସଂଖ୍ୟାଲଘୁ ସରକାରଙ୍କ ସମର୍ଥନ ପ୍ରତ୍ୟାହାର ବିଷୟରେ ମଧ୍ୟ ଆଲୋଚନା କରିନାହାଁନ୍ତି। ସିଂ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପଦରେ ରହିବା ଉଚିତ୍ ନୁହେଁ।












Click it and Unblock the Notifications