ପ୍ରକୃତି ରଚିଲା ତାଣ୍ଡବ, ଫିଲିପାଇନ୍ସରେ ଛାରଖାର କଲା ଶକ୍ତିଶାଳୀ ଝଡ଼ ‘ୟାଗି',ଗଲା ୧୪ ଜୀବନ

ପ୍ରକୃତି ରଚିଲା ତାଣ୍ଡବ । ଉତ୍ତର ଫିଲିପାଇନ୍ସରେ ମଙ୍ଗଳବାର ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଯୋଗୁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଏହି ଭୟଙ୍କର ବିପର୍ଯ୍ୟୟ କାରଣରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଏହି ସୁୂଚନା ଦେଇଛନ୍ତି ବିପର୍ଯ୍ୟୟ ମୁକାବିଲା କରୁଥିବା ଅଧିକାରୀମାନେ ।

ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିଝଡ଼ 'ୟାଗି' ଇଲୋକୋସ୍ ନଟେର ପ୍ରଦେଶର ପାଓୟ ସହର ଦେଇ ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ଦକ୍ଷିଣ ଚୀନ୍ ସାଗରକୁ ଛୁଇଁଥିଲା । ପବନର ଘଣ୍ଟା ପ୍ରତି ବେଗ ଥିଲା ୧୨୫ କିଲୋମିଟର । 'ୟାଗି' ସମୁଦ୍ରରୁ ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଚୀନ୍ ଆଡକୁ ଗତି କରୁଥିବା ବେଳେ ଏକ ଭୟଙ୍କର ରୂପ ନେଇପାରେ ।

Tropical Storm Yagi sets

ଉତ୍ତର ଫିଲିପାଇନ୍ସର ଅଧିକାଂଶ ପ୍ରଦେଶରେ ଝଡ଼ ପାଇଁ ଚେତାବନୀ ଜାରି କରାଯାଇଛି । ବର୍ଷା ପ୍ରଭାବିତ ପାହାଡ଼ିଆ ଗ୍ରାମରେ ଭୂସ୍ଖଳନ ଏବଂ ଲୁଜନର ନିମ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଯାଇଛି । ସ୍ଥାନୀୟ ଭାଷାରେ 'ଏନଟେଙ୍ଗ୍‌' ନାମରେ ଜଣାଶୁଣା ଟାଇଫୁନ୍ 'ୟାଗି' ଫିଲିପାଇନ୍ସରେ ପ୍ରବଳ ମୌସୁମୀ ବର୍ଷା କରାଉଛି ।

ଜନବହୁଳ ମନିଲା ଓ ଲୁଜନରେ ପ୍ରବଳ ବର୍ଷା ହେତୁ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ମଙ୍ଗଳବାର ବନ୍ଦ ରହିଛି । ଆଣ୍ଟିପୋଲୋ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଏନରିଲିଟୋ ବର୍ନାର୍ଡୋ ଜୁନିୟର କହିଛନ୍ତି, ଉତ୍ତର ଓ ମଧ୍ୟ ରାଜ୍ୟରେ ଭୂସ୍ଖଳନ, ବନ୍ୟା ଏବଂ ନଦୀର ଜଳସ୍ତର ବୃଦ୍ଧି ହେତୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକେ ଏଥିରେ ନିଖୋଜ ଥିବା ମଧ୍ୟ ସୂଚନା ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+