ପାକିସ୍ତାନରେ ଟ୍ରେନ ଅପହରଣ ମାମଲା; ଶିଶୁ ଓ ମହିଳାଙ୍କୁ ମୁକ୍ତ କଲେ ବିଏଲଏ

ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ବେଲୁଚିସ୍ତାନ ମୁକ୍ତି ବାହିନୀ ଦାବି କରିଛି ଯେ ମୋଟ ୧୮୨ ଜଣଙ୍କୁ ମୁଣ୍ଡଜାମିନ ରଖାଯାଇଛି । ଏହା ସହିତ ୧୧ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଏଲଏ ଲଢୁଆ ମାନେ ଏକ ଡ୍ରୋନକୁ ମଧ୍ୟ ନିପାତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ବିଏଲଏ କବଜାରେ ରହିଛି ।

Train hijacking

ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ ମୁକ୍ତ କରାଯାଇଛି । ପାକିସ୍ତାନ ସେନା, ପୁଲିସ, ଆଇଏସଆଇ ଓ ଏଟିଏଫର ଯବାନଙ୍କ ସମେତ ୧୮୨ ଜଣଙ୍କୁ ବନ୍ଦୀ କରି ରଖାଯାଇଛି ବୋଲି ବିଏଲ୍ଏ ଦାବି କରିଛି ।
ତେବେ ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ ମୁକ୍ତ କରାଯାଇଛି ବୋଲି ବିଏଲ୍ଏ ଦାବି କରିଛି। ପାକିସ୍ତାନ ସେନା, ପୁଲିସ, ଆଇଏସଆଇ ଓ ଏଟିଏଫର ଯବାନଙ୍କ ସମେତ ୧୮୨ ଜଣ ଙ୍କୁ ବନ୍ଦୀ କରି ରଖାଯାଇଛି । କେବଳ ଏତିକି ନୁହେଁ, ଏହି ଅପରେସନରେ ସେନା ସାମିଲ ହେଲେ ସମସ୍ତ ବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ପୁଣି ଥରେ ଧମକ ଦେଇଛି। ଏହି ରକ୍ତପାତ ପାଇଁ ପାକିସ୍ତାନ ସେନା ଦାୟୀ ରହିବ ବୋଲି ବିଏଲଏ କହିଛି।

ବେଲୁଚିସ୍ତାନ ମୁକ୍ତି ବାହିନୀ ଗତ କିଛି ଦଶନ୍ଧି ହେଲା ବେଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହି ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି । ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଅନେକ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ବିରୋଧରେ ସଂଗ୍ରାମ କରୁଛି ବିଏଲଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+