ମେକ୍ସିକୋରେ ଭୟଙ୍କର ଟ୍ରେନ ଦୁର୍ଘଟଣା,ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ
ମେକ୍ସିକୋରେ ଟ୍ରେନ ଲାଇନଚ୍ୟୁତ। ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।ଟ୍ରେନରେ ୨୪୧ ଜଣ ଯାତ୍ରୀ ଏବଂ ନଅ ଜଣ କ୍ରୁ ସଦସ୍ୟ ଥିଲେ । ନିଜାଣ୍ଡା ସହର ନିକଟ ଦେଇ ଯାଉଥିବା ସମୟରେ ଇଣ୍ଟରଓସେନିକ ଟ୍ରେନ ରବିବାର ଲାଇନଚ୍ୟୁତ ହୋଇଛି ।

ଏହି ଦୁର୍ଘଟଣା ପରେ ପ୍ରଶାନ୍ତ ମହାସାଗରକୁ ମେକ୍ସିକୋ ଉପସାଗର ସହିତ ସଂଯୋଗ କରୁଥିବା ରେଳ ଲାଇନର ଯାତାୟତ ବନ୍ଦ କରି ଦିଆଯାଇଛି । ସୂଚନା ପାଇଁ ଘଟଣାସ୍ଥଳରେ ଉଦ୍ଧୀର କାର୍ଯ୍ୟ ବାହିନୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏକ୍ସରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ କହିଛନ୍ତି, ଘଟଣାସ୍ଥଳକୁ ଉଚ୍ଚ ଅଧିକାରୀଙ୍କୁ ପରିଦର୍ଶନ କରିବା ପାଇଁ କୁହାଯାଇଛି । ପ୍ରଭାବିତ ପରିବାରକୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications