ମୃତ୍ୟୁ ତାଣ୍ଡବ ରଚିଲା ଆମେରିକାରେ ଘୂର୍ଣ୍ଣିଝଡ଼, ନେଲା ୨୭ ଜଣଙ୍କ ଜୀବନ

ଆମେରିକାର ମଧ୍ୟପଶ୍ଚିମ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼। କେଣ୍ଟୁକି ଓ ମିସୌରୀ ଅଧିକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଏହି ଘୂର୍ଣ୍ଣଝଡରେ ୨୭ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ୫ ହଜାର କୋଠା କ୍ଷତିଗ୍ରସ୍ତ ହୋଇଛି। ସ୍ଥାନେ ସ୍ଥାନେ ଉପୁଡ଼ିଯାଇଛି ବିଦ୍ୟୁତ ଖୁଣ୍ଟ। ଶୁକ୍ରବାର ବିଳମ୍ବିତ ରାତିରେ ଲରେଲ୍ କାଉଣ୍ଟିରେ ଏକ ଘୂର୍ଣ୍ଣିବାତ୍ୟା ଆସିଥିବା କେଣ୍ଟୁକି ଅଧିକାରୀମାନେ କହିଛନ୍ତି ।

America

ଲରେଲ୍ କାଉଣ୍ଟି ସେରିଫ୍ ଜନ୍ ରୁଟ୍‌ଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଭାବିତ ଅଞ୍ଚଳରେ ବଞ୍ଚିଥିବା ଲୋକଙ୍କ ପାଇଁ ସର୍ଚ୍ଚ ଅଭିଯାନ ଜାରି ରହିଛି। ଅଧିକାରୀମାନେ ଘର ଘର ବୁଲି ଫସି ରହିଥିବା କିମ୍ବା ଆହତ ଲୋକଙ୍କୁ ଖୋଜୁଛନ୍ତି।

ଶୁକ୍ରବାର ଅପରାହ୍ନରେ ଆସିଥିବା ଝଡ଼ ଯୋଗୁଁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି। ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପ୍ରକ୍ରିୟା ଚାଲିଛି ଏବଂ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଅପରାହ୍ନ ୨:୩୦ ରୁ ୨:୫୦ ମଧ୍ୟରେ ମିସୌରୀର କ୍ଲେଟନ୍, ସେଣ୍ଟ ଲୁଇସ୍ ଅଞ୍ଚଳରେ ଏକ ଭୟଙ୍କର ଝଡ଼ ଆସିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+