ଅନ୍ତର୍ଜାତୀୟ ନ୍ୟାୟାଳୟ ନିର୍ଦ୍ଦେଶ, କହିଲା ମାନବିକ ସହାୟତାରେ ବାଧା ସୃଷ୍ଟି ନ କରୁ ଇସ୍ରାଏଲ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଜାରି ରହିଛି । ଗାଜାରେ ଭୋକିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ । ଆମେରିକା ଏବଂ ଡେନମାର୍କର ବିମାନ ଦ୍ୱାରା ଭୋକିଲାଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟ ପ୍ୟାକେଟ ପକାଯାଉଛି । ଅନ୍ତର୍ଜାତୀୟ ନ୍ୟାୟାଳୟ ଗାଜାରେ ଅନାହାର ରୋକିବା ପାଇଁ ଗାଜାକୁ ମାନବିକ ସହାୟତାରେ ବାଧା ସୃଷ୍ଟି ନ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ସପ୍ତାହ ମଧ୍ୟରେ ଗାଜାରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ଆଶଙ୍କା ପ୍ରକାଶ ପାଇଛି । ମାନବିକ ସହାୟତା ନଦେବା ଅଭିଯୋଗକୁ ଇସ୍ରାଏଲ ଭିତ୍ତିହୀନ ବୋଲି କହିବା ସହ ଖଣ୍ଡନ କରିଛି ।

Children with empty pots in gaza

ଇସ୍ରାଏଲ କହିଛି ଯେ ସ୍ଥଳ, ଆକାଶ ଏବଂ ସମୁଦ୍ର ମାଧ୍ୟମରେ କ୍ରମାଗତ ଭାବରେ ମାନବିକ ସହାୟତା ପ୍ରଦାନ କରାଯାଉଛି ଏବଂ ଏହା ମଧ୍ୟ ବୃଦ୍ଧି ପାଇଛି । ଇସ୍ରାଏଲ କହିଛି ଯେ ଗାଜାର ସ୍ଥିତି ଏବଂ ଯୁଦ୍ଧ ଆରମ୍ଭ ପାଇଁ ହମାସ ଦାୟୀ । ଅନ୍ୟପଟେ କିଛି ଦିନ ପୂର୍ବରୁ ଜାତିସଂଘ କହିଥିଲା ଅର୍ନ୍ତଜାତୀୟ କୋର୍ଟ ନିଷ୍ପତ୍ତି ନେବେ ଇସ୍ରାଏଲ କିଭଳି ଯୁଦ୍ଧ ଅପରାଧ କରିଛି ।

ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁ କହିଛନ୍ତି ଗାଜାରେ ସୃଷ୍ଟି ହୋଇଥିବା ଭୋକିଲାଙ୍କ ମୃତ୍ୟୁ ପାଇଁ ଜାତିସଂଘ ଦାୟୀ । ଜାତିସଂଘ ଶୀଘ୍ର ଖାଦ୍ୟ ଯୋଗାଣ କରିବାକୁ ସକ୍ଷମ ହୋଇ ପାରୁନାହିଁ । ଭୋକିଲାଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ ଦାୟୀ ନୁହେଁ । ଜାତିସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଗାଜା ସୀମା ବାହାରେ ଖାଦ୍ୟ ନେଇ ଯାଇଥିବା ଟ୍ରକ୍ ୨୦ ଦିନରୁ ଅଧିକ ସମୟ ଧରି ଅଟକି ରହିଛି । ଇସ୍ରାଏଲ୍ ଜାଣିଶୁଣି ଟ୍ରକ୍ ଗୁଡ଼ିକୁ ଅଟକାଇ ରଖିଛି । ଫଳରେ ୧୦ ଲକ୍ଷରୁ ଅଧିକ ଲୋକ ଭୋକିଲା ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+