ଆଜି ଅନ୍ତର୍ଜାତୀୟ ଯୁବ ଦିବସ :, କେବେଠୁ ଓ କାହିଁକି ପାଳନ ହେଉଛି ଏହି ଦିବସ ? କଣ ରହିଛି ଚଳିତ ବର୍ଷର ଥିମ୍
ଆଜି ଅନ୍ତର୍ଜାତୀୟ ଯୁବ ଦିବସ । ଏହି ଯୁବ ଦିବସ ହେଉଛି ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ ହୁଏ ।
ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଆଦିର ଆୟୋଜନ କରାଯାଇଥାଏ ।
ଇତିହାସ
ମିଳିତ ଜାତିସଂଘର ସାଧାରଣ ସଭା ଯୁବ ମନ୍ତ୍ରୀ ତଥା ଆନ୍ତର୍ଜାତୀୟ ଯୁବ ଦିବସ ପାଇଁ ବିଶ୍ୱ ମନ୍ତ୍ରୀ ସମ୍ମିଳନୀ ଦ୍ୱାରା କରାଯାଇଥିବା ଏକ ସୁପାରିସ୍କୁ ୧୭ ଡିସେମ୍ବର ୧୯୯୯ରେ ସମର୍ଥନ କଲା। ଏହା ପରେ ୧୨ ଅଗଷ୍ଟ ୨୦୦୦ରୁ ଏହି ଦିବସ ପାଳନ ହେଉଛି ।

କଣ ରହିଥିଲା ଥିମ୍ :
2014 ମସିହାରେ ଅନ୍ତର୍ଜାତୀୟ ଯୁବ ଦିବସର ବାର୍ତ୍ତା ଥିଲା ଯୁବ ଗୋଷ୍ଠୀ ଓ ମାନସିକ ସ୍ଵାସ୍ଥ୍ୟ। ତା ପର ବର୍ଷ ଅର୍ଥାତ୍ 2015 ମସିହାରେ ବାର୍ତ୍ତା ରହିଥିଲା ଯୁବଗୋଷ୍ଠୀ ଓ ସାମାଜିକ ସହଭାଗିତା। ସେହି ଭଳି 2016ର ବାର୍ତ୍ତା ରହିଥିଲା 2030 ପଥରେ ଗରିବୀ ଦୂରୀକରଣ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ହାସଲ ।
ସେହିପରି 2017ମସିହାର ବାର୍ତ୍ତା ଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ ଯୁବଗୋଷ୍ଠୀ। 2018ର ବାର୍ତ୍ତା ଥିଲା ଯୁବଗୋଷ୍ଠୀଙ୍କ ନିମନ୍ତେ ସୁରକ୍ଷିତ ପୃଥିବୀ । 2019ର ବାର୍ତ୍ତା ଥିଲା ଶିକ୍ଷା ରେ ପରିବର୍ତ୍ତନ। ସମସ୍ତଙ୍କ ପାଇଁ ଶିକ୍ଷା ଦିଗରେ କାର୍ଯ୍ୟକରିବା ଏହି ବାର୍ତ୍ତାର ଉଦ୍ଦେଶ୍ୟ ଥିଲା । 2020 ମସିହାରେ ବାର୍ତ୍ତା ଥିଲା ବିଶ୍ଵ କାର୍ଯ୍ୟରେ ଯୁବଗୋଷ୍ଠୀ ର ଯୋଗଦାନ । 2021 ମସିହାର ବାର୍ତ୍ତା ଥିଲା ଖାଦ୍ୟ ପ୍ରଣାଳୀ ରେ ପରିବର୍ତ୍ତନ: ଯୁବ ଗୋଷ୍ଠୀ ଙ୍କ ପ୍ରୟାସ। 2022ରେ "ଅନ୍ତଜାତୀୟ ଏକତା: ସବୁ ବୟସ ପାଇଁ ଏକ ବିଶ୍ୱ ସୃଷ୍ଟି କରିବା । 2023 ଥିମ୍ ଥିଲା "ଯୁବପିଢି ପାଇଁ ସବୁଜ ଦକ୍ଷତା: ଏକ ସ୍ଥାୟୀ ବିଶ୍ୱ ଆଡକୁ"( Green Skills for Youth: Towards a Sustainable World) । ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକୀୟ ଜ୍ଞାନ ଏବଂ ସାମର୍ଥ୍ୟବାନ ଯୁବକମାନଙ୍କୁ ଗୁରୁତ୍ୱ ଉପରେ ଏହି ଥିମ ଧ୍ୟାନ କେନ୍ଦ୍ରୀତ କରୁଛି ।
ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି- ''From Clicks to Progress: Youth Digital Pathways for Sustainable Development."












Click it and Unblock the Notifications