Get Updates
Get notified of breaking news, exclusive insights, and must-see stories!

ଆଜି ‘ଆନ୍ତର୍ଜାତିକ ଯୋଗ ଦିବସ' ୨୦୨୫: କଣ ରହିଛି ଇତିହାସ, ଚଳିତ ବର୍ଷର ଥିମ୍ ?

ଆଜି ବିଶ୍ବ ବ୍ୟାପୀ 'ଆନ୍ତର୍ଜାତିକ ଯୋଗ ଦିବସ' ପାଳନ କରାଯାଉଛି। ଭାରତରେ ସୃଷ୍ଟ ଯୋଗ ନାମକ ଏକ ପ୍ରାଚୀନ ଶାରୀରିକ ଅଭ୍ୟାସର ଚିରନ୍ତନ ଉପକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ସ୍ବତନ୍ତ୍ର ଦିବସର ପରିକଳ୍ପନା କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

୨୦୨୫ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ଦିନିକିଆ ସମାରୋହ ନୁହେଁ, ବରଂ ଏହା ସାମଗ୍ରିକ ସ୍ୱାସ୍ଥ୍ୟ, ପରିବେଶ ସହ ସମନ୍ୱୟ ଏବଂ ବିଶ୍ୱ କଲ୍ୟାଣ ପ୍ରତି ଭାରତର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। "ଏକ ପୃଥିବୀ-ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ"କୁ ଏହାର ମାର୍ଗଦର୍ଶକ ନୀତି ଭାବରେ ଗ୍ରହଣ କରି, ଭାରତ ଶାରୀରିକ ସୁସ୍ଥତା ସହ ସଚେତନ ଜୀବନଯାପନକୁ ସଂଯୋଗ କରିବାରେ ବିଶ୍ୱର ନେତୃତ୍ୱ ନେଇ ଚାଲିଛି।

Today is International Yoga Day 2025

ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ । ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତି ଦାବୀ କରେନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଥିଲା ।

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଏକ ଶାନ୍ତ ତଥା ଚାପମୁକ୍ତ ପରିବେଶ ପାଇଁ ଯୁଝୁଥିବା ଲୋକମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ ହୋଇପଡ଼ିଛି। ୨୦୧୪ ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ପରି ଏକ ଅନନ୍ୟ ଭାରତୀୟ ପରମ୍ପରାକୁ ସମସ୍ତେ ଆପଣେଇବା ଲାଗି ଏକ ପ୍ରସ୍ତାବ ଦେଇଥିଲେ। ତା' ପରେ ଯୋଗର ଉପକାରିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଜୁନ୍‌ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ରାଜି ହୋଇଥିଲେ।

ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ; ଚିନ୍ତା ଏବଂ କ୍ରିୟା; ସଂଯମ ଏବଂ ପୂର୍ଣ୍ଣତା; ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି; ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ । ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ । ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି, ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇ ଉପସ୍ଥାପନ କରିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହିଦିନର ମହତ୍ୱ ଅଛି ।

୨୦୧୫ ମସିହାରୁ ପ୍ରତି ବର୍ଷ ଯୋଗ ଦିବସ ପାଳିତ ହୋଇ ଆସୁଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀନୂଆ ଦିଲ୍ଲୀର ରାଜପଥଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲାଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ସେନ ଓ ପୋଲିସର ଯବାନ, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଅଧାଘଣ୍ଟା ଧରି ଯୋଗ କରିଥିଲେ । ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ, ବ୍ୟୁରୋକ୍ରାଟ, କୂଟନୈତିଜ୍ଞ ତଥା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୨ ହଜାର ଡିଜିଟାଲ ସିନେମା ସ୍କ୍ରିନ ବ୍ୟବସ୍ଥା କରାଯାଇଥିଲା ।ଏହି ଆୟୋଜନ ୧୦ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଥିଲା । ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ । ଆଉ ଏହା ବିଶ୍ୱ ରେକର୍ଡ ହେବା ସହିତ 'ଗିନିଜ ବୁକ ଅଫ ବର୍ଲ୍ଡ ରେକର୍ଡ'ରେ ସ୍ଥାନିତ ହୋଇଥିଲା । ଏହା ସହିତ ଦେଶର ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଘରୋଇ ଓ ସରାକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଯୋଗ ଦିବସ ପାଳନ କରିଥିଲେ । ସେହିପରି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା ।

ପ୍ରାୟ ୧୯୧ଟି ଦେଶର ୨୫୧ଟି ସହରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ନିୟୁର୍କସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅତିଥି ଭାବେ ଯୋଗ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+