ଭାରତର ବଡ଼ ଆକ୍ରମଣରେ ଧ୍ଵଂସ ହେଲା ପାକିସ୍ତାନର ୩ ଏୟାରବେସ୍

ପ୍ରତିଟି ଆଟାକ୍ ବିଫଳ ହେବା ପରେ ବିଚଳିତ ପାକିସ୍ତାନ ଭାରତ ବିରୋଧରେ ଅପରେସନ ଆରମ୍ଭ କରିଥିବା ଘୋଷଣା କରିଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକ୍ ଆର୍ମି ଏହି ଅପରେସନକୁ 'ବୁନୟାନ ଉଲ ମାର୍ସୁସ' ନାଁ ଦେଇଛି । ଶନିବାର ସକାଳେ ପାକିସ୍ତାନୀ ସେନାର ମୁଖପାତ୍ର ଦାବି କରିଥିଲେ ଯେ ଭାରତ ଏହାର ତିନୋଟି ବାୟୁସେନା ଘାଟିକୁ ଟାର୍ଗେଟ କରିଛି । ଶନିବାର ଭୋର ୩.୩୦ରେ ପାକିସ୍ତାନ ସେନା ସାମ୍ୱାଦିକ ସମ୍ମିଳନୀ କରି ଦାବି କରିଛି ଯେ ଭାରତ ପାକିସ୍ତାନ ବାୟୁସେନାର ନୁର ଖାନ (ରାୱଲପିଣ୍ଡି), ମୁରିଦ (ଚକୱାଲ) ଏବଂ ରଫିକି (ଶୋରକୋଟ) ବାୟୁସେନା ଘାଟିକୁ ଟାର୍ଗେଟ୍ କରିଛି ।

pakistan

ସେପଟେ ପାକିସ୍ତାନର ଆଉ ଏକ ବଡ଼ ଆକ୍ରମଣ ବିଫଳ ହୋଇଛି । ଫତେହ-୧ କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ତେବେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଧ୍ୱଂସ କରିଛି । ହରିୟାଣାର ସିରସାର ଫତେହ-୧କୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ସେହିପରି ଶନିବାର ସକାଳେ ବି ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ବି ପାକିସ୍ତାନ ପଟୁ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି । ଯାହାକୁ ଭାରତୀୟ ସେନା ସଫଳତାର ନିଷ୍କ୍ରିୟ କରିଛି ।

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ରାତିରେ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ସହିତ ୨୬ଟି ସ୍ଥାନରେ ପାକିସ୍ତାନ ଡ୍ରୋନ ହମଲା କରିଥିଲା । ଶ୍ରୀନଗର, ଅବନ୍ତିପୋରା, ନାଗ୍ରୋଟା, ଜାମ୍ମୁ, ଫୀରୋଜପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜଟ୍ଟା, ଜୈସଲମେର, ବର୍ମର, ଭୁଜ, କୁଆରବେଟ, ଏବଂ ଲାଖି ନାଲାରେ ଡ୍ରୋନରେ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାନର ପ୍ରତିଟି ଆକ୍ରମଣକୁ ଭାରତୀୟ ସେନା ସଫଳତା ସହ ବିଫଳ କରିଥିଲେ । ପାକିସ୍ତାନ ଡ୍ରୋନକୁ ଆକାଶରେ ହିଁ ଇଣ୍ଟରସେପ୍ଟ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+