ଶହବାଜ ଶରିଫଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ, ଇଣ୍ଟରନେଟ ସଂଯୋଗ ବନ୍ଦ

ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଛି ଉତ୍ତେଜନା । ସୋମବାର ହଜାର ହଜାର ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟେ ପଟେ ଏସିଆ କପରେ ଭାରତ ପାକିସ୍ତାନକୁ ହରାଇବା ପରେ ପିଓକେ ଅଧିକାର ପାଇଁ ଲଢୁଛନ୍ତି ଏଏସି ବା ଆୱାମୀ ଆକ୍ସନ କମିଟିର ସଦସ୍ୟ । ଦୋକାନ ବଜାର ସଟଡାଉନ ହେବା ସହ ଘରୁ ଲୋକଙ୍କୁ ବାହାରିବାକୁ ମନା କରାଯାଇଛି । ରାସ୍ତାରେ ଗାଡି ଯିବା ଆସିବା ଉପରେ ରୋକ ଲଗାଇଛନ୍ତି ଅସନ୍ତୋଷ ଜନତା । ପାକିସ୍ତାନ ସରକାର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଭିଡ଼ ରୋକିବାକୁ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି ।

Shahbaz Sharif

ଏନେଇ ଏଏସିର ନେତା ଶୌକତ ନୱାଜ ମୀର କହିଛନ୍ତି କି, ଆମେ କାହା ବିରୋଧରେ ଯାଉ ନାହିୁଁ । ଆମେ କେବଳ ସେହି ମୌଳିକ ଅଧିକାର ଦାବି କରୁଛୁ, ଯାହା ଦଶନ୍ଧି ଧରି ଆମକୁ ଦେବାକୁ କହି ଦିଆଯାଇନାହିଁ । ପିଓକେ ପାକିସ୍ତାନ ଅଧିନକୁ ଆସିବା ୭୦ ବର୍ଷ ବିତିସାରିଲାଣି ମାତ୍ର ପିଓକେର ଲୋକଙ୍କୁ ସେମାନଙ୍କ ମୌଳିକତ ଅଧିକାର ମିଳୁନାହିଁ ।

ଆମର ଦାବି ପୂରଣ କରିବା ବଦଳରେ ସରକାର ଆନ୍ଦୋଳନକାରୀଙ୍କ ବିରୋଧରେ କଡା ଆକ୍ସନ ନେବା ଆରମ୍ଭ କରିଛନ୍ତି । ଇସଲାମାବାଦରୁ ୧୦୦୦ ସୈନିକ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି । ଦଙ୍ଗା ଚାଲିଥିବା ଆଖପାଖ ଅଂଚଳରେ ଇଣ୍ଟରନେଟ ସଂଯୋଗ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ସରକାର ପଞ୍ଜାବରୁ ଅନେକ ସୈନିକଙ୍କୁ ଘଟଣାସ୍ଥଳରେ ପହଁଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଟରନେଟକୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି ।

ଭାରତ ବିପକ୍ଷରେ ଏସିଆ କପରେ ପାକିସ୍ତାନ ହାରିବା ପରେ ଲଜ୍ଜିତ ହୋଇଛି । ଆଉ ପାକ୍ ସରକାର ପିଓକେକୁ ନେଇ ପୁଣି ଚିନ୍ତାରେ ପଡିଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+