ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ବିଶାଳ ବିକ୍ଷୋଭ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଘନିଷ୍ଠ ଉପଦେଷ୍ଟା ଏଲନ ମସ୍କଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଟ୍ରମ୍ପ ପ୍ରଶାସନର ଜନବିରୋଧୀ ନୀତି ପାଇଁ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛନ୍ତି। ଏହି ବିକ୍ଷୋଭକୁ 'ହ୍ୟାଣ୍ଡ୍‌ସ ଅଫ୍‌' ଆ​‌ନ୍ଦୋଳନ କୁହାଯାଉଛି।

ଦେଶର ୫୦ ରାଜ୍ୟରେ ୧୨୦୦ରୁ ଅଧିକ ଶୋଭାଯାତ୍ରା କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କରାଯାଇଥିବା କଟନୀଛଟନୀ, ସରକାରୀ ସେବା ହ୍ରାସ, ବିବାଦୀୟ ସାମାଜିକ ନୀତି ଏବଂ ଅନ୍ୟାନ୍ୟ ଜନବିରୋଧୀ ନୀତିକୁ କେନ୍ଦ୍ର କରି ଆମେରିକାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

trump

ଏହି ଆନ୍ଦୋଳନରେ ଜନସାଧାରଣଙ୍କ ସମେତ, ଆଇନଜୀବୀ, ଶ୍ରମିକ ସଂଗଠନ, ଏଲଜିବିଟିକ୍ୟୁ ସଂଗଠନ, ବରିଷ୍ଠ ନାଗରିକ ଏବଂ ଅନ୍ୟାନ୍ୟ ସଂଗଠନଗୁଡ଼ିକ ସାମିଲ ହୋଇଛନ୍ତି। ବୋଷ୍ଟନ, ସିକାଗୋ, ଫ୍ଲୋରିଡା, ଓହିଓ, ୱାଶିଂଟନ ଡିସି ଆଦି ସହରରେ ଜନସାଧାରଣ ଆନ୍ଦୋଳନ ଚଳାଇଛନ୍ତି। ସରକାର ଆକ୍ରମଣାତ୍ମକ ଢଙ୍ଗରେ ଯେଉଁସବୁ ପଦକ୍ଷେପ ନେଉଛନ୍ତି ତାହାକୁ ତୁରନ୍ତ ସ୍ଥଗିତ ରଖିବାକୁ ଦେଶବାସୀ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+