Get Updates
Get notified of breaking news, exclusive insights, and must-see stories!

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ, ଖାଦ୍ୟ ଅଭାବରୁ ୪ ଜଣରୁ ଜଣଙ୍କର ଯାଉଛି ଜୀବନ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଚତୁର୍ଥ ମାସରେ ପହଞ୍ଚିବା ସହ ଯୁଦ୍ଧ ଏବେ ବି ଜାରି ରହିଛି । ଥମିବାର ନାଁ ଧରୁ ନାହିଁ ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର ୭ରେ ଇସ୍ରାଏଲ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ଅତି କମ୍‌ରେ ୨୩,୦୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮,୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ଡିଫେନ୍ସ ଫୋର୍ସର ଲକ୍ଷ୍ୟ ଗାଜାରୁ ହମାସ୍ ସଫା ନେଇ ଜୋରଦାର ପ୍ରହାର କରୁଛି ଆଇଡିଏଫ୍ ।

ଖାନ୍ ୟୁନିସ୍ ସହର ଉପରେ ବଡ଼ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏହି ଏୟାର ଷ୍ଟ୍ରାଇକ୍‌ରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏହା ସହିତ ହଜାରେରୁ ଅଧୁକ ପାଲେଷ୍ଟାୟୀନ ଆହତ ହୋଇଛନ୍ତି । ଆଧିକାଂଶ ଲୋକ ଜୀବନ ବଞ୍ଚାଇବା ପାଇଁ ଦକ୍ଷିଣ ପ୍ରାନ୍ତକୁ ପଳାୟନ କରିଥିବା ସୂଚନା ମିଳିଛି । ଖାନ ୟୁନିସ୍ ସହରରେ ରକ୍ତର ହୋଲି ଖେଳିଛି ଇସ୍ରାଏଲ ସେନା । ଏକ ହସ୍ପିଟାଲକୁ ଟାର୍ଗେଟ୍ କରି ବୋମା ମାଡ଼ କରିଛି । ଏହା ସହିତ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିଛି । ଏହି ବୋମାଡରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

Israel Hamas war

ପ୍ରଥମ ଥର ପାଇଁ ଆଇଡିଏଫ ୟୁନିସ୍ ସହର ଉପରେ ଏତେ ବଡ଼ ହମଲା କରିଛି । ଯାହା ଫଳରେ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଇସ୍ରାଏଲ ସେନାର ବୋମା ବର୍ଷା ପରେ କିଛି ଲୋକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଦେଇ ଚାଲି ଚାଲି ଯାଉଥୁବା ଦେଖୁବାକୁ ମିଳିଛି । ଏହି ବୋମା ମାଡ଼ ଏତେ ଭୟଙ୍କର ଥୁଲ୍ୟ ଯେ ପୂରା ସହର ଧୁଆଁ ଧୁଆଁ ହୋଇଯାଇଛି । ଏସୋସିଏଟ୍ ପ୍ରେସର ରିପୋର୍ଟ ଅନୁଯାୟୀ କିଛି ଲୋକ ଗାଡ଼ିରେ ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତ୍ତି କରି ସହର ଛାଡ଼ୁଥିବା ଦେଖିବାକୁ ମିଳିଛି । ଏହାରି ଭିତରରେ ନିର୍ଦ୍ଦୋଶ ଲୋକଙ୍କୁ ଛାଡ଼ି ଦେବାକୁ ଇସ୍ରାଏଲକୁ ଅପିଲ୍ କରିଛି ଆମେରିକା ।

ଯୁକ୍ତରାଷ୍ଟ୍ର ଆମେରିକା ଅନୁଯାୟୀ, ଇସ୍ରାଏଲ-ହମାସ୍ ଯୁଦ୍ଧରେ ଏପର୍ଯ୍ୟନ୍ତ ଗାଜାରୁ ସର୍ବାଧିକ ବିସ୍ଥାପିତ ହୋଇଛନ୍ତି । ୨.୩ ମିଲିୟନ ଗାଜାବାସୀଙ୍କ ମଧ୍ୟରୁ ୮୧ ପ୍ରତିଶତ ଲୋକ ଯୁଦ୍ଧ ଭୂମି ଛାଡ଼ି ପଳାୟନ କରିଛନ୍ତି । ଏହା ସହିତ ୪ ଜଣରୁ ଜଣେ ଖାଦ୍ୟା ଅଭାବରୁ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁହ ଲକ୍ଷ୍ୟ ହମାସକୁ ସମ୍ପୂର୍ଣ ରୂପେ ସମାପ୍ତ କରିବା । ପ୍ରାୟ ଶହେରୁ ଅଧିକ ବନ୍ଧକଙ୍କୁ ହମାସ ଆତଙ୍କବାଦୀ ଫେରାଇବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି ନେତାନ୍ୟାହୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+