ତାଣ୍ଡବ ରଚିଲା ବାତ୍ୟା ‘ଚିଡୋ’ ହଜାରେରୁ ଅଧିକ ଲୋକଙ୍କ ମୃତ

ବାତ୍ୟା ଚିଡୋର ଭୟାବହ ରୂପ। ଭାରତ ମହାସାଗରରେ ଥିବା ଫ୍ରାନ୍ସର ମାୟୋତ ଦ୍ୱୀପରେ ତାଣ୍ଡବ ରଚିଛି ଚିଡୋ । ଛାରଖାର ମାୟୋତ ଦ୍ବୀପ। ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ମାୟୋତ ଦ୍ୱୀପରେ ପ୍ରଳୟ ରଚିଛି । ୯୦ ବର୍ଷ ପରେ ଫ୍ରାନ୍ସ ଦେଖିଛି ଭୟଙ୍କର ବାତ୍ୟାର ପ୍ରକୋପ। ଏଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ କ୍ଷୟକ୍ଷତିର ଆକଳନ ଏଯାଏଁ ଆରମ୍ଭ ହୋଇନାହିଁ। ପ୍ରଳୟଙ୍କରୀ ବାତ୍ୟା ସମ୍ପୂର୍ଣ୍ଣ ମାୟୋତ ଦ୍ୱୀପକୁ ନିଶ୍ଚିହ୍ନ କରିଦେଇଛି। ଭାରତ ମହାସାଗରର ଦକ୍ଷିଣରେ ସୃଷ୍ଟି ବାତ୍ୟା ଚିଡୋ ଶନିବାର ରାତିରେ ଲ୍ୟାଣ୍ଡଫଲ କରିଥିଲା।

ନିବାରର ହୋଇଥିବା ଏହି ଘୂର୍ଣ୍ଣିଝଡ଼ ହେଉଛି ୯୦ ବର୍ଷ ମଧ୍ୟରେ ମାୟୋଟେକୁ ଆସିଥିବା ସବୁଠାରୁ ଭୟଙ୍କର ଘୂର୍ଣ୍ଣିଝଡ଼। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି, ମୋର ଚିନ୍ତାଧାରା ମାୟୋଟେରେ ଥିବା ଆମ ଦେଶବାସୀଙ୍କ ସହ ଅଛି, ଯେଉଁମାନେ କିଛି ଘଣ୍ଟା ଅତି ଭୟଙ୍କର ବିପଦ ସହିଛନ୍ତି। କେତେକ ଲୋକ ସବୁକିଛି ହରାଇଛନ୍ତି, ଆହୁରି ଅନେକେ ପ୍ରାଣ ହରାଇଛନ୍ତି।

ଦକ୍ଷିଣ-ପୂର୍ବ ଭାରତ ମହାସାଗରରେ ଅବସ୍ଥିତ ମାୟୋଟ, ଫ୍ରାନ୍ସ ଏବଂ ୟୁରୋପୀୟ ୟୁନିଅନର ସବୁଠାରୁ ଗରିବ ଅଞ୍ଚଳ। ଏହି ଅଞ୍ଚଳରେ ବେଆଇନ ପ୍ରବାସୀଙ୍କ ସଂଖ୍ୟା ବହୁତ ଅଧିକ । ଏଥି ସହିତ, ଜନସଂଖ୍ୟାର ୭୫ପ୍ରତିଶତରୁ ଅଧିକ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି।

Cyclone Chido

ବାତ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଫ୍ରାନ୍ସ ସେନା ଆରମ୍ଭ କରିଛି ଅପରେସନ। ରାସ୍ତାଘାଟ, ପୋଲ ଭଳି ଯାତାୟତର ସମସ୍ତ ମାଧ୍ୟମ କ୍ଷତିଗ୍ରସ୍ତ ହୋଇଛି। ବିପନ୍ନଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କୁ ଉଦ୍ଧାର କରିବା ଏବେ ଫ୍ରାନ୍ସ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଛି। ମାୟୋତ ଦ୍ୱୀପର ବିଦ୍ୟୁତ, ଜଳ ଓ ଇଣ୍ଟରନେଟ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ନିକଟସ୍ଥ ଲା ରିୟୁନିୟନ ଦ୍ୱୀପରୁ ଏହି ଉଦ୍ଧାର କାର୍ଯ୍ୟ ତଦାରଖ କରାଯାଉଛି।

ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ସେନାର ବିମାନ ମୁତୟନ ହୋଇଥିବା ବେଳେ ନୌସେନା ପାଟ୍ରୋଲିଂ ଜାହାଜ ମଧ୍ୟ ମୁତୟନ କରାଯାଇଛି। ଚିଡୋ ପ୍ରଭାବିତ ମାୟୋତବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁ ଘୋଷଣା କରିଥିବା ବେଳେ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+