କୁଲି' ହେବାକୁ 12 ଲକ୍ଷ ଖର୍ଚ୍ଚ କଲେ ବ୍ୟକ୍ତି
ସୀମା ଟପିଲା ପଶୁ ପ୍ରେମ। କୁକୁର ଭଳି ଦିଶିବା ପାଇଁ ବ୍ୟକ୍ତି ଖର୍ଚ୍ଚ କଲେ 12 ଲକ୍ଷ ଟଙ୍କା । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଜାପାନରେ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟୋକିଓ: ସୀମା ଟପିଲା ପଶୁ ପ୍ରେମ। କୁକୁର ଭଳି ଦିଶିବା ପାଇଁ ବ୍ୟକ୍ତି ଖର୍ଚ୍ଚ କଲେ 12 ଲକ୍ଷ ଟଙ୍କା । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଜାପାନରେ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ଟୋକୋଙ୍କ କୁକୁର ରୂପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଗୁଡିକୁ ଟୋକୋ ନିଜେ ଟ୍ବିଟରରେ ପୋଷ୍ଟ କରିଛନ୍ତି । କୁକୁର ତାଙ୍କର ପ୍ରିୟ ପଶୁ । ତେଣୁ ସେ ତାହାରି ଭଳି ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଦୀର୍ଘ 40 ଦିନର କଠୋର ପରିଶ୍ରମ ଓ ସିରିଜ ବୈଠକ ପରେ ଟୋକୋ, କୁଲି ଭଳି କଷ୍ଟ୍ୟୁମ ତିଆରି କରିଛନ୍ତି ।
ଏହି ସ୍ବତନ୍ତ୍ର କଷ୍ଟ୍ୟୁମ ତିଆରି କରିବା ପାଇଁ ଟୋକୋ,ଜିପେଟ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ । ଆଉ ସଂସ୍ଥା ଟୋକୋଙ୍କ ଆବଶ୍ୟକ ମୁତାବିକ କଷ୍ଟ୍ୟୁମକୁ ଡିଜାଇନ କରିଛି । ଏଥିପାଇଁ କମ୍ପାନୀ ପ୍ରାୟ 12 ଲକ୍ଷ ଟଙ୍କା ଚାର୍ଜ କରିଥିବା ଜଣାପଡିଛି । କୁଲି କଷ୍ଟ୍ୟୁମକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେ, ଏହାକୁ ଯିଏ ପିନ୍ଧିଲେ ସେ ସମ୍ପୂର୍ଣ୍ଣ ଲୁଚି ଯିବ ଏବଂ ଅବିକଳ କୁକୁର ଭଳି ଦେଖାଯିବ ।












Click it and Unblock the Notifications