୬.୨ ତୀବ୍ରତାର ଭୂମିକମ୍ପରେ ଥରିଲା ଏହି ଦେଶର , ସୁନାମିକୁ ନେଇ ଏମିତି କହିଲେ ଅଧିକାରୀ
ଲଗାତାର ଭୂକମ୍ପ ଘଟଣା ସାମ୍ନାକୁ ଆସୁଛି । ସୋମବାର ପାନାମାରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ୧୪ ଜୁଲାଇ ରାତି ୧୦ଟା ୪୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୬.୨ ରହିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୪୦ କିଲୋମିଟର ଗଭୀରତାରେ ରହିଛି । ଫଳରେ ଲୋକମାନେ ଭୟରେ ଘରୁ ଦୌଡି ବାହାରି ପଳାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ସେପଟେ ଭୂକମ୍ପର ଝଟକା ପାନାମାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା । ସୁନାମିକୁ ନେଇ ଭୟରେ ଥିବାବେଳେ ସୁନାମିର କୌଣସି ଆଶଙ୍କା ନାହିଁ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ପାନାମାର ନାଗରିକ ସୁରକ୍ଷା ସଂସ୍ଥା ପରିସ୍ଥିତି ଉପରେ ନଜର ରଖିବାକୁ କହିଛି । ତଥାପି କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।
ନିକଟରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୪ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ରେୱାଡିର ଗୁରୁଗ୍ରାମଠାରୁ ୪ କିଲୋମିଟର ଦୂରରେ ଥିଲା । କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।ସୁନାମିର କୌଣସି ଆଶଙ୍କା ଅଛି କି?
ଏହି ଭୂମିକମ୍ପର ଝଟକା ପଶ୍ଚିମ ପାନାମାର ଚିରିକୁ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ଅଞ୍ଚଳଗୁଡ଼ିକ ବାରମ୍ବାର ଭୂକମ୍ପୀୟ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁ ସୁନାମିର କୌଣସି ଆଶଙ୍କା ନାହିଁ। ପାନାମାର ନାଗରିକ ସୁରକ୍ଷା ସଂସ୍ଥା ପରିସ୍ଥିତି ଉପରେ ନଜର ରଖିବାକୁ କହିଛି। ତଥାପି, ସେମାନେ ସୂଚନା ଦେଇଛନ୍ତି ଯେ ଭିତ୍ତିଭୂମିର କୌଣସି କ୍ଷତି ତୁରନ୍ତ ରିପୋର୍ଟ ହୋଇନାହିଁ।












Click it and Unblock the Notifications