ହୁତି ବିଦ୍ରୋହୀଙ୍କୁ ୧୩ ରାଷ୍ଟ୍ରର ଧମକ
ନୂଆଦିଲ୍ଲୀ:ଲୋହିତ ସାଗରରେ ଏଣିକି ଜାହାଜ ଉପରେ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ଆକ୍ରମଣ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଗଲେ ଏହି ୧୩ ରାଷ୍ଟ୍ର ଚୁପ୍ ବସିବେ ନାହିଁ । ବରଂ ସାମୂହିକ ଆକ୍ରମଣ ବା ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ।" ଗୁରୁବାର ଆମେରିକା ସମେତ ପ୍ରାୟ ୧୩ଟି ରାଷ୍ଟ୍ର ଇରାନ୍ ସମର୍ଥତ ହୁତି ବିଦ୍ରୋହୀଙ୍କୁ ଏପ୍ରକାର ବଡ଼ ଚେତାବନୀ ଦେଇଛି ।
ରିପୋର୍ଟ ଅନୁସାରେ ଆମେରିକା ଏବଂ ବାକି ୧୨ ସହଯୋଗୀ ରାଷ୍ଟ୍ର ଏବେ ଏସମ୍ପର୍କରେ ଆଲୋଚନା କରିବା ପରେ ହୁତି ବିଦ୍ରୋହୀଙ୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ସହମତ ହୋଇଛନ୍ତି । ଏଥିସହ ହୁତି ବିଦ୍ରୋହୀଙ୍କ ଏପ୍ରକାର ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରିବା ସହ ଏକ ମିଳିତ ବିବୃତି ଜାରି କରିଛନ୍ତି । ବିବୃତିରେ ସ୍ୱାକ୍ଷର କରିଥିବା ସହଯୋଗୀ ରାଷ୍ଟ୍ରଗୁଡ଼ିକ ହେଲେ, ଆମେରିକା, ଅଷ୍ଟ୍ରେଲିଆ, ବାହାରିନ୍, ବେଲଜିୟମ, କାନାଡା, ଡେନ୍ମାର୍କ, ଜର୍ମାନୀ, ଇଟାଲୀ, ଜାପାନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏବଂ ବ୍ରିଟେନ୍ ଆଦି ରାଷ୍ଟ୍ର ।

ହୁତି ବିଦ୍ରୋହୀଙ୍କ ଉଦ୍ଦେଶ୍ୟରେ ଜାରି ଏହି ବିବୃତିରେ ଜାହଜଗୁଡ଼ିକ ଉପରେ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ସହ - ସମୁସ୍ତ ବନ୍ଧକ ଜାହାଜ ଏବଂ କର୍ମଚାରୀଙ୍କୁ ମୁକ୍ତ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ୍ କରୁଥିବା ୟେମେନ୍ର ହୁତି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରମଣ ପାଇଁ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ୯ ୟେମେନ୍ ଉପକୂଳରେ ନିଜ ଅଧୀନରେ ଥିବା ଇ ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରୁଛନ୍ତି । ଏଥିରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିଶେଷଭାବେ ପ୍ରଭାବିତ ହେବାରେ ଲାଗିଛି ।












Click it and Unblock the Notifications