ପୁଣି ହେବ ଯୁଦ୍ଧ ! ଇରାନକୁ କଡା ଚେତାବନୀ ଦେଲେ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ଏବେ ଶାନ୍ତି ଫେରିଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘୋଷଣା ହୋଇଥିବା ଅସ୍ତ୍ରବିରତି ପରେ ଶାନ୍ତି ଫେରିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦୋହରାଇ କହିଛନ୍ତି ଆକାଶ ମାର୍ଗରୁ ଆକ୍ରମଣ ଦ୍ବାରା ଇରାନର ପରାମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି ।

tramp

ନିଆଁରେ ଘିଅ ଢାଳିବା ଭଳି ଟ୍ରମ୍ପ କହିଛନ୍ତି, ଆବଶ୍ୟକ ପଡ଼ିଲେ ଇରାନ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବୁନୁ । ଯଦି ଭବିଷ୍ୟତରେ ଇରାନ ସମ୍ବେଦନଶୀଳ କାର୍ଯ୍ୟକଳାପ ପୁଣି ଆରମ୍ଭ କରେ, ତେବେ ଆମେରିକା ପୁଣି ଥରେ ଆକ୍ରମଣ କରିପାରେ । ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ ସେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମନ୍ତବ୍ୟ ଉପରେ ବିଚାର ଚାଲିଛି ଆଉ ଏହାର ଉତ୍ତର ଶୀଘ୍ର ମିଳିଯିବ । ପ୍ରକୃତରେ, ଯୁଦ୍ଧବିରତି ପରେ, ଖାମେନେଇ କହିଥିଲେ ଯେ ଇରାନ କାତାରରେ ଥିବା ଆମେରିକୀୟ ସାମରିକ ଘାଟିକୁ ଧ୍ୱଂସ କରିଦେଇଛି । ଏହା ଆମେରିକାର ମୁହଁରେ ଏକ ଶକ୍ତ ଚାପୁଡ଼ା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+