ଇରାନ ଉପରେ ହୋଇପାରେ ପ୍ରଚଣ୍ଡ ହମଲା, ଆସିଲା ଧମକପୂର୍ଣ୍ଣ ମେସେଜ୍
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା । କେଉଁ ମୁହୂର୍ତ୍ତରେ ଇରାନ ଉପରେ ହୋଇପାରେ ପ୍ରଚଣ୍ଡ ହମଲା । ଏଭଳି ସ୍ଥିତିରେ ଆଜି ଇରାନବାସୀଙ୍କୁ ମିଳିଛି ଧମକପୂର୍ଣ୍ଣ ମେସେଜ । ଏଥିରେ କୁହାଯାଇଛି, ଆମେରିକା ରାଷ୍ଟ୍ରପତି ଆକ୍ସନ ନେବାର ବ୍ୟକ୍ତି, ଅପେକ୍ଷା କର ଆଉ ଦେଖ କ'ଣ ଘଟୁଛି ।' ଏହି ଧମକ ବାର୍ତ୍ତାକୁ ନେଇ ଇରାନରେ ହଇଚଇ ସୃଷ୍ଟି ହୋଇଛି ।
ଜାତୀୟ ଗଣମାଧ୍ୟମରେ ଏହି ବାର୍ତ୍ତାକୁ ଦିନତମାମ ପ୍ରସାରଣ କରାଯିବା ଫଳରେ ଆତଙ୍କ ଖେଳିଯାଇଛି । ଅଜଣା ନମ୍ବରରୁ ହଜାର ହଜାର ଲୋକଙ୍କୁ ମୋବାଇଲ ଫୋନ୍ରେ ଏହି 'ଟେକ୍ସଟ ମେସେଜ' ମିଳିଛି । ମେସେଜଟି ଫରାସୀ ଭାଷାରେ ଲେଖାଯାଇଛି । ତେବେ କିଏ ଏହି ଧମକପୂର୍ଣ୍ଣ ମେସେଜ ପଠାଇଛି, ତାହା ଜଣାପଡ଼ି ନାହିଁ । ସମ୍ଭବତଃ ଏହା ଆମେରିକାର କାର୍ଯ୍ୟ ବୋଲି ଅନୁମାନ କରାଯାଉଛି ।

ଇରାନ ଉପରେ ଆକ୍ରମଣ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର ଧମକ ଦେଉଛନ୍ତି । ନିକଟରେ ସେ ଦୁଇଟି ଯୁଦ୍ଧ ଜାହାଜ ମଧ୍ୟପ୍ରାଚ୍ୟ ପଠାଇଥିଲେ । ୫୦ରୁ ଅଧିକ ଏଫ୍ ୨୨, ଏଫ୍-୩୫ ଭଳି ଯୁଦ୍ଧ ବିମାନ ବି ପହଞ୍ଚି ସାରିଛି । ଯୁଦ୍ଧ ପାଇଁ ସବୁ ସାମରିକ ପ୍ରସ୍ତୁତି ସରିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ଆସନ୍ତା ଗୁରୁବାର ଜେନେଭାରେ ଦୁଇଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ତାହା ପୂର୍ବରୁ ଆମେରିକା ବଡ଼ ଆକ୍ରମଣ କରି ନ ପାରେ । ଟ୍ରମ୍ପ୍ 'ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ' ନେଇ ବିଚାର କରିପାରନ୍ତି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ମୁତାବକ, କେତେକ ନିର୍ଦ୍ଦିଷ୍ଟ ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇପାରେ । ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ହେବା ନେଇ ସୋମବାର ଜଣେ ପୂର୍ବତନ ସିଆଇଏ ଅଧିକାରୀ କହିଥିଲେ ।
ବିରୁଟରେ ଥିବା ନିଜ ଦୂତାବାସ ଅଧିକାରୀଙ୍କୁ ପଳାଇ ଆସିବାକୁ ଆମେରିକା କହିଛି । ଏହାପରେ ସୋମବାର ଅନେକ ଅଧିକାରୀ ବିରୁଟ-ରାଫିକ-ହାରିରି ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ବିରୁଟ ଛାଡ଼ିଛନ୍ତି । ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଲେବାନନରେ ଥିବା ହିଜବୁଲ୍ଲା ଆତଙ୍କୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି । ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଲେବାନନ ଉପରେ ଆକ୍ରମଣ ହୋଇପାରେ । ଆମେରିକା ପକ୍ଷରୁ ଆକ୍ରମଣ ଆଶଙ୍କା ବଢ଼ିବା ପରେ ଇରାନର ଆଭିମୁଖ୍ୟ ସାମାନ୍ୟ ନରମ ପଡ଼ିଛି । ଏହା ଆଣବିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି । ତେବେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ଜବାବ ଦେବାକୁ ଦେଶ ପଛାଇବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications