ପୁଣି ବିଶ୍ଵ ଦେଖିଲା ପାକିସ୍ତାନର ଅସଲ ମୁଖା, ଶ୍ରୀଲଙ୍କାକୁ ପଠାଇଲା ଏକ୍ସପାଏରୀ ଖାଦ୍ୟ
କଥାରେ ଅଛି ହଜାରେ ଶତ୍ରୁ ମିଳୁ, କିନ୍ତୁ କାଙ୍ଗାଳ ବନ୍ଧୁ ନମିଳୁ। ଏଭଳି କିଛି ଆଜି ଶ୍ରୀଲଙ୍କା ସରକାର ଏବଂ ସେଠାକାର ବନ୍ୟା ପ୍ରଭାବିତ ଲୋକେ କିନ୍ତୁ ନିହାତି କହୁଥିଲେ। ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ 'ଦିଟୱା' ବ୍ୟାପକ କ୍ଷୟ କ୍ଷତି କରିଛି। ଭାରତ ସମେତ ଅନେକ ଦେଶ ସେଠାକୁ ରିଲିଫ୍ ସାମଗ୍ରୀ ପଠାଉଛନ୍ତି। ପାକିସ୍ତାନ ମଧ୍ୟ ନିଜକୁ ଦାନୀ ଦେଖାଇ ରିଲିଫ୍ ପଠାଇଛି। ତେବେ ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ ପାକିସ୍ତାନ ପଠାଇଥିବା ଖାଦ୍ୟ ସାମଗ୍ରୀର ବର୍ଷକରୁ ଅଧିକ ଦିନ ହେବ ଏକ୍ସପାଏରୀ ଡେଟ୍ ଯାଇ ସାରିଛି। କେବଳ ଶ୍ରୀଲଙ୍କା ନୁହେଁ ପାକିସ୍ତାନ ଏହା ପୂର୍ବରୁ ତୁର୍କୀ ସହିତ ମଧ୍ୟ ଏପରି ବିଶ୍ୱାସଘାତକତା କରି ସାରିଛି।

ଶ୍ରୀଲଙ୍କାର ବନ୍ୟା ପୀଡିତଙ୍କୁ ସାହାଯ୍ୟ ପାଇଁ ଭାରତ ର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ପାକିସ୍ତାନ ମଧ୍ୟ ନିଜକୁ ଉଦାର ଦେଖାଇବାକୁ ଯାଇ ଶ୍ରୀଲଙ୍କାକୁ କିଛି ଖାଦ୍ୟ ସାମଗ୍ରୀ ପଠାଇଥିଲା । ଶ୍ରୀଲଙ୍କାରେ ଥିବା ପାକିସ୍ତାନୀ ଦୂତାବାସ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଫଟୋ ସେୟାର କଲା। କିନ୍ତୁ ପାକିସ୍ତାନର ଠକାମୀ କିନ୍ତୁ, ଧରାପଡିଗଲା। ଯେତେବେଳେ ଲୋକମାନେ ଫଟୋ ଗୁଡ଼ିକୁ ଜୁମ୍ କଲେ, ସେମାନେ ୨୦୨୪ରେ ଏକ୍ସପାଏରୀ ଡେଟ୍ ସରିଯାଇଥିବାର ଦେଖିବାକୁ ପାଇଥିଲେ। ଏହାର ଅର୍ଥ ହେଉଛି ସାହାଯ୍ୟ ନାମରେ, ପାକିସ୍ତାନ ପୂର୍ବରୁ କଷ୍ଟରେ ଥିବା ଶ୍ରୀଲଙ୍କାବାସୀଙ୍କ ପାଇଁ ନୂତନ ସମସ୍ୟା ସୃଷ୍ଟି କରିଛି। ଘଟଣାଟି ପ୍ରକାଶ ପାଇବା ପରେ, ସୋସିଆଲ ମିଡିଆରେ ପାକିସ୍ତାନକୁ ଖୁବ୍ ଟ୍ରୋଲ କରାଯାଉଛି।
ଏହାପୂର୍ବରୁ ୨୦୨୩ ରେ ତୁର୍କୀରେ ହୋଇଥିବା ଭୂମିକମ୍ପ ପରେ, ଭାରତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଟନ୍ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ଭାରତ ବିଶ୍ୱବ୍ୟାପୀ ପ୍ରଶଂସା ପାଇବା ଆରମ୍ଭ କରିବା ମାତ୍ରେ, ଶାହବାଜ ସରିଫ ବ୍ୟକ୍ତିଗତ ଭାବରେ ରିଲିଫ୍ ସାମଗ୍ରୀ ସହିତ ତୁର୍କୀରେ ପହଞ୍ଚିଥିଲେ। କିନ୍ତୁ ଭଲ ଭାବରେ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଏହି ସମାନ ରିଲିଫ୍ ସାମଗ୍ରୀ ତୁର୍କୀ ବନ୍ୟା ସମୟରେ ପାକିସ୍ତାନକୁ ପଠାଇଥିଲା। ପାକିସ୍ତାନ ନିର୍ଲଜ୍ଜ ଭାବରେ ତୁର୍କୀର ସାମଗ୍ରୀକୁ ପୁଣିଥରେ ତୁର୍କୀକୁ ଫେରାଇ ନିଜକୁ ମହାନ ଦେଖାଇବାକୁ ଚେଷ୍ଟା କରୁଥିଲା।












Click it and Unblock the Notifications