ପୁଣି ବିଶ୍ଵ ଦେଖିବା ବଡ ଯୁଦ୍ଧ ! ଆମେରିକା ଋଷ ମୁହାଁମୁହିଁ

ସମଗ୍ର ବିଶ୍ବ ଏକ ବଡ ଅସ୍ଥିରତା ଆଡକୁ ମୁହାଁଇଛି। କାରଣ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ଏବେ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି। ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ତଟରକ୍ଷୀ ବାହିନୀ ବୁଧବାର ଜବତ କରିଛି। ଆମେରିକା କହିଛି ଯେ ରୁଷ୍‌ର ତୈଳବାହୀ ଜାହାଜ ଆମେରିକାର କଟକଣାକୁ ଉଲ୍ଲଙ୍ଘନ କରି ଭେନେଜୁଏଲାର ତୈଳ ପରିବହନ କରୁଥିଲା। ରୁଷ୍‌ର ଏହି ଜାହାଜକୁ ଜବତ କରିବା

America and Russia
ଲାଗି ଆମେରିକା ତଟରକ୍ଷୀ ବାହିନୀ କିଛି ସପ୍ତାହେ ହେଲା ଏହାର ପିଛା କରିଆସୁଥିଲା।

ଆମେରିକାର ଏପରି ଉଦ୍ୟମ ପରେ ରୁଷ୍ ଏହାର ଯୁଦ୍ଧଜାହାଜ ଓ ଯୁଦ୍ଧପୋତକୁ ସୁରକ୍ଷା ପାଇଁ ପଠାଇଥିଲା। ମାତ୍ର ରୁଷ୍‌ର ଯୁଦ୍ଧଜାହାଜ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ରୋକି ପାରି ନାହିଁ। ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନର ବାୟୁସେନା ସହଯୋଗ କରିଥିଲା। ବ୍ରିଟେନର ରୟାଲ ଏୟାର ଫୋର୍ସ ରୁଷ୍ ଜାହାଜକୁ ନିରୀକ୍ଷଣ ପୂର୍ବକ ସୂଚନା ପ୍ରଦାନ କରିଥିଲା। ବ୍ରିଟେନର ବାୟୁସେନା ଘାଟିକୁ ଆମେରିକା ବ୍ୟବହାର କରିଥିଲା। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସେମାନେ ଆନ୍ତର୍ଜାତିକ ନିୟମ ଆଧାରରେ ରୁଷ୍ ଜାହାଜ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଅନ୍ୟପଟେ ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନକୁ ରୁଷ୍‌ ବେଆଇନ ବୋଲି କହିଛି। ମସ୍କୋ କହିଛି ଯେ ଆମର ଜାହାଜକୁ ଜବତ କରି ଆମେରିକା ଆନ୍ତର୍ଜାତିକ ସାମୁଦ୍ରିକ ନିୟମର ଉଲ୍ଲଙ୍ଘନ କରିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଜାହାଜଟି ଏହାର ନିର୍ଦ୍ଧାରିତ ମାର୍ଗରେ ଗତି କରୁଥିଲା। ଆମେରିକାର ଜଳସୀମା ଠାରୁ ଏହା ବହୁ ଦୂରରେ ରହିଥିଲା। ରୁଷ୍ ପରିବହନ ମନ୍ତ୍ରୀ କହିଛନ୍ତି ଯେ ଜାହାଜକୁ ଆମେରିକା ଜବତ କରିବା ପରେ ଏହା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ପରେ ରୁଷ୍ ଓ ଆମେରିକା ଭଳି ଦୁଇ ମହାଶକ୍ତି ଆଗାମୀ ଦିନରେ ସମ୍ମୁଖ ଯୁଦ୍ଧକୁ ଓହ୍ଲାଇବାର ଆଶଙ୍କା ରହିଛି। ଯାହା ସମଗ୍ର ବିଶ୍ବକୁ ବଡ ଅସ୍ଥିରତା ମଧ୍ୟ ଟାଣିନେବ।

ଭେନେଜୁଏଲା ଉପରେ ଆମେରିକା ଆକ୍ରମଣ କରି ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିନେବା ପରେ ବିଶ୍ବ ଅସ୍ଥିରତାର ଯେଉଁ ଆଭାସ ମିଳିଥିଲା ତାହା ଏବେ ବାସ୍ତବତା ଆଡକୁ ଗତି କରୁଥିବା ମନେ ହୋଇଛି। ଆମେରିକା କହିଛି ଯେ ଜବତ ଜାହାଜ ମାରିନେରାର ପୂର୍ବନାମ ହେଉଛି ବେଲା-୧। ବେଲା-୧ ନାମରେ ଆମେରିକା ଫେଡେରାଲ କୋର୍ଟ ୱାରେଣ୍ଟ ଜାରି କରିଥିଲା। ଏହି ଜାହାଜଟି ଭେନେଜୁଏଲାର ହୋଇଥିବାବେଳେ ୨୦୨୪ରେ ଏହାକୁ କଳାତାଲିକାଭୁକ୍ତ କରାଯାଇଥିଲା। ତେବେ ଜାହାଜଟିର ପଞ୍ଜୀକରଣ ରୁଷ୍ ନାମକୁ ପରିବର୍ତ୍ତନ କରାଯାଇଥିଲା। ଏହା ସହିତ ଏଥିରେ ରୁଷ୍ ପତାକା ଲଗାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+