ଅଣାୟତ୍ତ ହେଉଛି ଜଙ୍ଗଲ ନିଆଁ ; ୧୩ ଛୁଇଁଲା ମୃତ୍ୟୁ ସଂଖ୍ୟା, ଧନଜୀବନ ଅସ୍ତବ୍ୟସ୍ତ

ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି । ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଲସ୍ ଏଞ୍ଜେଲସ୍‌ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଛି ନିଆଁ । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହେଲେଣି ।

fire

ଗତ ୭ଦିନ ହେବ ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ । ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୧୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୦ହଜାର ଏକର ଜମିରେ ମାଡିଛି ନିଆଁ । ପ୍ରାୟ ୧୦ହଜାର ଘର ନିଆଁରେ ପୋଡ଼ି ନଷ୍ଟ ହୋଇଥିବା ବେଳେ ୫୦ହଜାର ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ନିଆଁରେ ପାଲିସେଡସ୍, ଇଏଟନ୍, ସନସେଟ୍, ହଷ୍ଟ ଓ ଲିଡିଆରେ ବଡ଼ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ସେଲିବ୍ରିଟିଙ୍କ ବିଳାସମୟ ଘର ବି ଜଳିପୋଡ଼ି ପାଉଁଶ ହୋଇଗଲାଣି । ଏପରିକି ହଲିଉଡ୍ ହିଲ୍ ମଧ୍ୟ ନିଆଁଯୋଗୁଁ ପ୍ରଭାବିତ ହୋଇଛି । ସେଥିପାଇଁ ୨ ଦିନ ପାଇଁ ଘୁଂଚିଛି ଓସ୍କାର ନୋମିନେସନ ।

ସାଧାରଣ ଭାବରେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଏହି ଜଙ୍ଗଲରେ ନିଆଁ ଲାଗିଥାଏ। କିନ୍ତୁ ଜାନୁଆରୀରେ ନିଆଁର ଏହିପରି ଭୟଙ୍କର ରୂପ ପ୍ରଥମ ଥର ଦେଖିବାକୁ ମିଳିଛି। ବର୍ଷ ଆରମ୍ଭରୁ କଲିଫର୍ଣ୍ଣିଆରେ ନିଆଁକୁ ବିଶେଷଜ୍ଞ ମାନେ ଜଳବାୟୁ ପରିବର୍ତ୍ତନ ବୋଲି କହିଛନ୍ତି। ଆମେରିକା ସରକାରଙ୍କ ରିସର୍ଚ ଅନୁସାରେ ଜଳବାୟୁ ବିଷାକ୍ତ ହେବା କାରଣରୁ, ଏହିପରି ଭୟାନକ ନିଆଁ ଦେଖିବାକୁ ମିଳିଛି। ଏଥର ଲସ ଆଞ୍ଜେଲିସରେ ୬୦ ରୁ ଅଧିକ ଫାୟାର ଆଲର୍ଟ ଆସି ସାରିଛି। ଯାହା ୨୦୧୨ ମସିହା ତୁଳନାରେ ୪୦ ଗୁଣ ଅଧିକ ବୋଲି ଜାଣିବାକୁ ମିଳିଛି। ଏହା ପୂର୍ବରୁ ୨୦୨୧ ମସିହାରେ ୧୦ ରୁ ଅଧିକ ଫାୟାର ଆଲର୍ଟ ଜାରି ହୋଇଥିଲା। ଅନ୍ୟପକ୍ଷରେ ଏହି ବର୍ଷ ଥଣ୍ଡା କିମ୍ବା ଶୀତଦିନିଆ ବର୍ଷା ଦେଖିବାକୁ ମିଳୁନାହିଁ। ଅକ୍ଟୋବରରୁ ଆଜି ସୁଦ୍ଧା ଲସ ଆଞ୍ଜେଲିସରେ ମୋର ୪ % ବର୍ଷା ହୋଇଛି। ଶୁଖିଲା ଜଙ୍ଗଲ କାରଣରୁ ନିଆଁର ପ୍ରକୋପ କମୁନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+