ପହଲଗାମ୍ ହମ୍‌ଲାରେ ସ୍ତବ୍ଧ ହୋଇଛି ସାରା ଭାରତ, ସେଲିବ୍ରେସନ କରୁଛି ପାକିସ୍ତାନ ?

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାର ସେଲିବ୍ରେସନ କରୁଛି କି ପାକିସ୍ତାନ? ନରସଂହାର ପରେ ପାକିସ୍ତାନ ମନାଉଛି କି ଖୁସି? ଆତଙ୍କୀ ହମଲା ପରେ ଏଭଳି ଅନେକ ପ୍ରଶ୍ନ ଏବେ ସଭିଙ୍କ ମନକୁ ଆନ୍ଦୋଳିତ କରୁଛି। ଏହି ସବୁ ଭିତରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଚଳିତ କରିଛି। କାହିଁକି ନା ଭାରତସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟକୁ ଆଜି ଏକ କେକ୍ ନିଆଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Pakistan

ପହଲଗାମ୍ ଆତଙ୍କୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଏ କେକ୍ ଯିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେକ୍ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର ଜଣେ କର୍ମଚାରୀ ବୋଲି ଜଣାଯାଇଛି। ବ୍ୟକ୍ତି ଜଣଙ୍କ ଆଜି କେକ୍ ନେଇ ଯାଉଥିବା ବେଳେ କିଛି ମିଡିଆ ଘେରି ଅନେକ ପ୍ରଶ୍ନ କରିଥିଲେ। ହେଲେ ବ୍ୟକ୍ତି ଜଣଙ୍କ କୌଣସି ଉତ୍ତର ନ ଦେଇ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଚାଲିଯାଇଥିଲେ।।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+