ଯୁଦ୍ଧ ହେବନି ବନ୍ଦ, ରହିବ ଜାରି:ଇସ୍ରାଏଲ୍ :ବୈଦେଶିକ ମନ୍ତ୍ରୀ

ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୁଇ ମାସ ବିତିଗଲାଣି । ଏହି ସପ୍ତାହରେ ଜାତିସଂଘର ସାଧାରଣ ସଭାରେ ବହୁମତ ସହିତ ଏକ ସଂକଳ୍ପ ପାରିତ ହୋଇଥିଲା ଯେ ଇସ୍ରାଏଲ ତୁରନ୍ତ ଗାଜା ଷ୍ଟ୍ରିପରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗାଜାରେ ବୋମା ବିସ୍ଫୋରଣକୁ ବନ୍ଦ କରିବା ଉଚିତ୍‌, କିନ୍ତୁ ଇସ୍ରାଏଲ କହିଛି, ସେ ଗାଜା ଷ୍ଟ୍ରିପରେ ଯୁଦ୍ଧ ବନ୍ଦ କରିବ ନାହିଁ ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ କହିଛନ୍ତି ।

Israel-Hamas war

ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଇସ୍ରାଏଲ୍ ପରିଦର୍ଶନ ଲାଗି ଆସିଥିବା ଜଣେ କୂଟନୀତିଜ୍ଞଙ୍କୁ କୋହେନ୍ ଏକଥା କହିଛନ୍ତି । ସେ କହିଛନ୍ତି,ଆନ୍ତର୍ଜାତିକ ସମର୍ଥନ ମିଳୁ ବା ନ ମିଳୁ ଇସ୍ରାଏଲ୍ ହମାସ୍ ସହିତ ଯୁଦ୍ଧ ବଜାୟ ରଖିବ । ସାମ୍ପ୍ରତିକ ପରିସ୍ଥିତିରେ ଅସ୍ତ୍ରବିରତି ଘୋଷଣା କରିବା ହେବ ଆତଙ୍କବାଦୀ ସଂଗଠନ ହମାସ୍ ଲାଗି ଉପହାର ସଦୃଶ । ଏହି ଅସ୍ତ୍ରବିରତି ବଳରେ ସେମାନେ ପୁନର୍ବାର ଆସି ଇସ୍ରାଏଲ୍‌ବାସୀଙ୍କୁ ଧମକ ଦେବେ ।

ଅସ୍ତ୍ରବିରତି ଲାଗି ଆନ୍ତର୍ଜାତିକ ଚାପ ବୃଦ୍ଧି ପାଇବା ସତ୍ତ୍ୱେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ କହିଛନ୍ତି ଯେ, ଗାଜାରେ ସେନା ଆକ୍ରମଣ ଚାଲୁ ରହିବ । ଏପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲକୁ ବର୍ତ୍ତମାନ ଆମେରିକା ଏବଂ ୟୁରୋପୀୟ ସଂଘ ସମେତ ବିଶ୍ୱର ଅଧିକାଂଶ ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ସେମାନେ ସେହି ସମର୍ଥନ ହରାଇବା ଆରମ୍ଭ କରିଛନ୍ତି । ଇସ୍ରାଏଲ ପ୍ରତି ପ୍ରତିକୂଳ ବିଶ୍ୱମତର ମୁଖ୍ୟ କାରଣ ଭାବେ ଆମେରିକା ରାଷ୍ଟ୍ରପତି 'ଆଖିବୁଜା ବୋମାମାଡ଼' ବୋଲି ଦର୍ଶାଇଛନ୍ତି ।

୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ ଗାଜାରେ ମାନବିକ ଅସ୍ତ୍ରବିରତି ଦାବିରେ ମତଦାନ ହୋଇଥିଲା । ଭାରତ ସମେତ ୧୫୩ଟି ଦେଶ ଏହାକୁ ସମର୍ଥନ କରିଥିବା ବେଳେ ୧୦ଟି ବିପକ୍ଷରେ ଭୋଟ୍ ଦେଇଥିଲେ ଏବଂ ୨୩ଟି ଦେଶ ଏଥିରୁ ଦୂରେଇ ରହିଥିଲେ । ଅନ୍ୟପଟେ ସମସ୍ତ ପଣବନ୍ଦୀଙ୍କ ନିଃସର୍ତ୍ତ ମୁକ୍ତି ନିମନ୍ତେ ମାନବୀୟ ଦୃଷ୍ଟିକୋଣରୁ ତୁରନ୍ତ ଅସ୍ତ୍ରବିରତି ଦାବି କରି ଜାତିସଂଘ ମହାସଭାରେ ଆଗତ ଚିଠା ପ୍ରସ୍ତାବନା ସପକ୍ଷରେ ମଙ୍ଗଳବାର ଦିନ ଭାରତ ଦେଇଥିଲା ଭୋଟ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+