'ଇରାନର ପ୍ରତିରୋଧ କରିବାର କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଆମେରିକା କିନ୍ତୁ ଅଟକିବ ନାହିଁ '
ଆମେରିକାର କେନ୍ଦ୍ରୀୟ କମାଣ୍ଡ୍'ର କମାଣ୍ଡର ଆଡମିରାଲ ବ୍ରାଡ କୁପର କହିଛନ୍ତି , ଇରାନର ପ୍ରତିରୋଧ କରିବାର କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଆମେରିକା କିନ୍ତୁ ଅଟକିବ ନାହିଁ । ଏପିକ ଫ୍ୟୁରି ଅଭିଯାନ ବିଷୟରେ ସୂଚନା ଦେଇ ଆମେରିକୀୟ କମାଣ୍ଡର କହିଛନ୍ତି ଯେ ଏହି ଅଭିଯାନର ୧୦୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଆମେରିକା ପ୍ରାୟ ୨ ହଜାର ଲକ୍ଷ୍ୟସ୍ଥଳକୁ ୨ ହଜାରରୁ ଅଧିକ ଯୁଦ୍ଧାସ୍ତ୍ର ସହିତ ଆକ୍ରମଣ କରିଛି।

ସେ କହିଛନ୍ତି ଯେ ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ସଂଖ୍ୟାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଲଞ୍ଚର୍ ଏବଂ ଡ୍ରୋନ୍ ମଧ୍ୟ ନଷ୍ଟ ହୋଇଛି। ସେ କହିଛନ୍ତି, ଆମେରିକାର ବୋମାବର୍ଷୀ ବିମାନ ଇରାନର ସୀମାରେଖା ଭିତରେ ଅନେକ କ୍ଷେପଣାସ୍ତ୍ର ପ୍ରତିଷ୍ଠାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି ।












Click it and Unblock the Notifications