ଚିରନିଦ୍ରାରେ 'ସ୍ଲିପିଂ ପ୍ରିନ୍ସ

ସାଉଦି ଆରବର 'ସ୍ଲିପିଂ ପ୍ରିନ୍ସ' ପ୍ରିନ୍ସ ଅଲୱାଲିଦ ବିନ୍ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ଅଲ୍ ସୌଦଙ୍କର ୩୬ ବର୍ଷ ବୟସରେ ମୃତ୍ୟୁ ଘଟିଛି। ୨୦୦୫ ମସିହାରେ ଲଣ୍ଡନରେ ଏକ କାର ଦୁର୍ଘଟଣା ପରେ ସେ ୨୦ ବର୍ଷ କୋମାରେ ରହିଥିଲେ।

Prince

୨୦୦୫ ମସିହାରେ ମାତ୍ର ୧୫ବର୍ଷ ବୟସରେ ଏକ ଭୟଙ୍କର ଦୁର୍ଘଟଣାରେ ରାଜକୁମାରଙ୍କ ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା। 'ସ୍ଲିପିଂ ପ୍ରିନ୍ସ'' ଭାବରେ ଜଣାଶୁଣା, ସୌଦଙ୍କୁ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେ କେବେ ବି ସମ୍ପୂର୍ଣ୍ଣ ଚେତା ପାଇପାରି ନଥିଲେ।

ତାଙ୍କ ପିତା ପ୍ରିନ୍ସ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ପୁଅର ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ଆଲ୍ଲାଙ୍କ ନିର୍ଦ୍ଦେଶ ଏବଂ ଭାଗ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଗଭୀର ଦୁଃଖ ସହିତ, ଆମେ ଆମର ପ୍ରିୟ ପୁଅ ପ୍ରିନ୍ସ ଅଲ-ୱାଲିଦ ବିନ୍ ଖାଲିଦ ବିନ୍ ତଲାଲ ବିନ୍ ଅବଦୁଲାଜିଜ୍ ଅଲ୍ ସୌଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛୁ। ଆଲ୍ଲା ତାଙ୍କ ଉପରେ ଦୟା କରନ୍ତୁ, ସେ ଆଲ୍ଲାଙ୍କ କୃପାରୁ ପରଲୋକ ଗମନ କରିଛନ୍ତି। ଖଲିଜ୍ ଟାଇମ୍ସ ଅନୁଯାୟୀ, ପ୍ରିନ୍ସ ଅଲୱାଲିଦଙ୍କ ଶେଷକୃତ୍ୟ ରବିବାର (୨୦ ଜୁଲାଇ) ଅସର ନମାଜ ପରେ ରିୟାଦର ଇମାମ୍ ତୁର୍କି ବିନ୍ ଅବଦୁଲ୍ଲା ମସଜିଦରେ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+