ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଶକ୍ତ ଚାପୁଡ଼ା

ରାଷ୍ଟ୍ରପତି ହେଉଛନ୍ତି ଦେଶର ମୁଖ୍ୟ । କେବଳ ଦେଶର ମୁଖ୍ୟ ନୁହନ୍ତି ବରଂ ଦେଶର ପ୍ରଥମ ନାଗରିକ । ତେଣୁ ତାଙ୍କ ବ୍ୟକ୍ତିତ୍ବକୁ ନେଇ ସବୁବେଳେ ଚର୍ଚ୍ଚା ହେବା ସ୍ବାଭାବିକ କଥା । ସେ ଯେଉଁଠିକୁ ଗସ୍ତ କରନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଏ । ହେଲେ ପ୍ଲେନ୍‌ରେ ଯାଉଥିବା ବେଳେ ରାଷ୍ଟ୍ରପତିଙ୍କୁ ଯେବେ ଚାପୁଡ଼ା ମରାଯାଏ...କେବେ ଭାବିପାରୁଛନ୍ତି କି । ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପ୍ରାନ୍ସରେ । ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ୍‌ ପ୍ଲେନ୍‌ରେ ନିଜ ପତ୍ନୀଙ୍କଠୁ ଶକ୍ତ ଚାପୁଡ଼ା ଖାଉଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।
ଭିଏତନାମାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲା ପରି ଘଟଣା

President received

ବଢିଲା ଚର୍ଚ୍ଚା, ପ୍ରକୃତରେ ସତ କଣ

ଭିଏତନାମା ଗସ୍ତରେ ଥିଲେ ଫ୍ରାନ୍ସ ରାଷ୍ଟ୍ରପତି । ଏହି ସମୟରେ ସେ ବିମାନରୁ ଓହ୍ଲାଇବା ବେଳେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଚାପୁଡ଼ା ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବାର ଉଦ୍ଦେଶ୍ୟ ରଖି ମାକ୍ରନ ବର୍ତ୍ତମାନ ଦକ୍ଷିଣ ଏସିଆ ଗସ୍ତରେ ଅଛନ୍ତି । କୂଟନୈତିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ସେ ଭିଏତନାମା ଗସ୍ତରେ ଥିଲେ । ସେଠାକାର ହାନୋଇରେ ବିମାନ ଅବତରଣ କରିବା ପରେ ଯେତେବେଳେ ଗେଟ୍‌ ଖୋଲାଯାଇଥିଲା ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

କୁହାଯାଉଛି କି, ବିମାନର ଗେଟ୍‌ ଖୋଲିବା ସମୟରେ ମାକ୍ରନଙ୍କ ପତ୍ନୀ ବ୍ରିଗେଟ୍‌ ମାକ୍ରନଙ୍କ ହାତ ତାଙ୍କ ମୁହଁରେ ବାଜୁଥିବାର ଦେଖିବାକୁ ମିଳିଛି । ବିମାନର ଦ୍ବାର ଖୋଲୁଥିବା କାରଣରୁ ମାକ୍ରନ ହଠାତ୍‌ ହଡବଡେଇ ଯାଇଥିଲେ । ତେବେ ତତ୍‌କ୍ଷଣାତ ସେ ନିଜକୁ ସମ୍ଭାଳି ନେଇଥିଲେ । ଅବଶ୍ୟ ଭାଇରାଲ ହେଉଥିବା ଭିଡ଼ିଓରେ ବ୍ରିଗେଟ୍‌ଙ୍କ ମୁହଁ ଦେଖାଯାଉନଥିଲା । ଖାଲି ଏତିକି ନୁହେଁ ବିମାନରୁ ଓହ୍ଲାଇବା ପରେ ପତି ଓ ପତ୍ନୀଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ପରି ମନେ ବି ହେଉନଥିଲା । ଏମିତିକି ଫଟୋ ଉଠାଇବା ପୂର୍ବରୁ ମାକ୍ରନ ହାତ ଧରିବାକୁ ଚେଷ୍ଟା କରିଥିଲେ ବି ବ୍ରିଗେଟ୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+