ପୁଣି ଆମେରିକାରୁ ୧୧୯ ପ୍ରବାସୀ ଭାରତୀୟଙ୍କୁ ନେଇ ଆସୁଛି ବିମାନ, ଅମୃତସର ବିମାନବନ୍ଦରରେ କରିବ ଅବତରଣ
ପୁଣି ଭାରତ ଫେରିବ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ। ଆଜି ଆମେରିକୀୟ ସାମରିକ ବିମାନ ଫେବୃଆରୀ 15 ରେ 119 ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଅମୃତସରରେ ପହଞ୍ଚିବ। ସୂଚନା ଯୋଗ୍ୟ ଯେ , ଏହା ଆମେରିକାରେ ଅବୈଧ ଭାବରେ ରହୁଥିବା କାରଣରୁ ଟ୍ରମ୍ପ ପ୍ରଶାସନ ଦ୍ୱାରା ନିର୍ବାସିତ ଭାରତୀୟଙ୍କ ଦ୍ୱିତୀୟ ବ୍ୟାଚ ହେବ। ପ୍ରଥମ ବ୍ୟାଚ୍ରେ, ଜାନୁଆରୀ ମାସରେ ୧୦୪ ଜଣ ଭାରତୀୟଙ୍କୁ ଭାରତ ପଠାଯାଇଥିଲା।

ବିମାନଟି ରାତି ପ୍ରାୟ ୧୦ଟାରେ ଅମୃତସର ବିମାନବନ୍ଦରରେ ଅବତରଣ କରିବ। ବିମାନରେ ଥିବା ୧୧୯ ଜଣ ଭାରତୀୟଙ୍କ ମଧ୍ୟରେ ପଞ୍ଜାବର ୬୭, ହରିୟାଣାର ୩୩, ଗୁଜରାଟର ୮, ଉତ୍ତର ପ୍ରଦେଶର ୩, ଗୋଆ, ମହାରାଷ୍ଟ୍ର ଏବଂ ରାଜସ୍ଥାନର ୨ ଜଣ ଏବଂ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରର ଜଣେ ଲେଖାଏଁ ଅଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବୈଧ ପ୍ରବାସୀ ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହା କେବଳ ଭାରତର ସମସ୍ୟା ନୁହେଁ ବରଂ ଏକ ବିଶ୍ୱ ସମସ୍ୟା। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଭାରତୀୟ ନାଗରିକଙ୍କ ନାଗରିକତା ନିଶ୍ଚିତ ନୁହେଁ ଏବଂ ସେ ଆମେରିକାରେ ଅବୈଧ ଭାବରେ ରହୁଛନ୍ତି, ତେବେ ଭାରତ ତାଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ।












Click it and Unblock the Notifications