ମଧ୍ୟପ୍ରାଚ୍ୟରେ ଉତ୍ତେଜନା ; ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ
ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ ବିମାନବନ୍ଦରକୁ ବନ୍ଦ ରଖାଯାଇଥିବାରୁ ସେମାନଙ୍କ ପାଇଁ ସମସ୍ୟା ଉପୁଜିଛି।
ସିକନ୍ଦର ରାଜାଙ୍କ ନେତୃତ୍ୱାଧୀନ ଦଳ ସୋମବାରଠାରୁ ୩ଟି ପର୍ଯ୍ୟାୟରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସେମାନଙ୍କର ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ମୁଖ୍ୟ କୋଚ୍ ଜଷ୍ଟିନ ସାମନ୍ସ ସୂଚନା ଦେଇଛନ୍ତି। ଜିମ୍ୱାଓ୍ୱେ ଅଲରାଉଣ୍ଡର ଗ୍ରେମ୍ କ୍ରେମର ବର୍ତ୍ତମାନ ଦୁବାଇରେ ଅଛନ୍ତି। ମଧ୍ୟପ୍ରାଚ୍ୟର ପ୍ରମୁଖ ବିମାନବନ୍ଦରଗୁଡ଼ିକର ଆକାଶପଥ ବର୍ତ୍ତମାନ ପାଇଁ ବନ୍ଦ ରହିଥିବାରୁ ସେ ସ୍ୱଦେଶ ଫେରିପାରୁ ନାହାନ୍ତି।













Click it and Unblock the Notifications