Get Updates
Get notified of breaking news, exclusive insights, and must-see stories!

ଚୀନରେ ହାହାକାର ରଚିଛି ନୂଆ ଭାଇରସ୍ ଏଚଏମପିଭି, ଚିନ୍ତାରେ ସାରା ବିଶ୍ବ

ଚୀନରେ ହାହାକାର ଖେଳାଉଛି ନୂଆ ଭାଇରସ୍ ଏଚଏମପିଭି । ସେଠାରେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଏହି ଭୂତାଣୁ ଯୋଗୁ ଚୀନରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ହୋଇଛି ।

HMPV virus

ଆଣ୍ଟିଭାଇରାଲ୍ ଔଷଧର କଳା ବଜାରୀ ଆରମ୍ଭ ହୋଇଛି । ପରିସ୍ଥିତି ଏପରି ହେଲାଣି, ଆଣ୍ଟିଭାଇରାଲ୍ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି । ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ଚୀନଠାରୁ ନୂଆ ଭୂତାଣୁ ନେଇ ତଥ୍ୟ ମାଗିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଚୀନ୍ ଏପର୍ଯ୍ୟନ୍ତ ଏଚଏମପିଭି ମାମଲାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦେଖି ଉହାନରେ ସ୍କୁଲ ବନ୍ଦ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଭୂତାଣୁ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଭାରତ, ମାଲେସିଆ, ଜାପାନ, କାଜାଖସ୍ତାନରେ ମାମଲା ବୃଦ୍ଧି ପାଉଛି । ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି । ଚୀନର ଏହି ନୂତନ ଭୂତାଣୁ ଯୋଗୁ ସ୍ପେନରେ ଆତଙ୍କ ଦେଖାଦେଇଛି । ସ୍ପେନର ଡାକ୍ତରଖାନା ବାହାରେ ରୋଗୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି । ସ୍ପେନର ଆଲିକାଣ୍ଟେରେ ୬୦୦ରୁ ଅଧିକ 'ଇନଫ୍ଲୁଏଞ୍ଜା ଏ'ର ମାମଲା ଚିହ୍ନଟ ହୋଇଛି । ଭାରତର ୫ଟି ରାଜ୍ୟରେ ଏପର୍ଯ୍ୟନ୍ତ ୮ଟି ମାମଲା ଚିହ୍ନଟ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+