କୋଭିଡ୍-୧୯ ଟିକା 'ସ୍ଫୁଟନିକ୍ ଭି' ପ୍ରସ୍ତୁତ କରିଥିବା ରୁଷ ବୈଜ୍ଞାନିକଙ୍କ ହତ୍ୟା
କୋଭିଡ୍-୧୯ ଟିକା 'ସ୍ପୁଟନିକ୍ ଭି'ପ୍ରସ୍ତୁତ କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି ।

Russian Scientist Death: କୋଭିଡ୍-୧୯ ଟିକା 'ସ୍ପୁଟନିକ୍ ଭି'ପ୍ରସ୍ତୁତ କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର କରାଯାଇଛି । ୪୭ ବର୍ଷୀୟ ଆନ୍ଦ୍ରେ ଗାମାଲେୟା ନ୍ୟାସନାଲ୍ ରିସର୍ଚ ସେଣ୍ଟର୍ ଫିର୍ ଇକୋଲୋଜି ଆଣ୍ତ୍ ମ୍ୟାଥମେଟିକସରେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରୁଥିଲେ ।
ଆନ୍ଦ୍ରେଙ୍କ ମୃତଦେବ ଉଦ୍ଧାର କରାଯିବାର କିଛି ଘଣ୍ଟା ମଧ୍ୟରେ ହିଁ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ଫେଡେରାଲ୍ ଅନୁସନ୍ଧାନକାରୀ ସଂସ୍ଥା । ସୂଚନା ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ୨୯ ବର୍ଷୀୟ ଯୁବକ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଯାହା ପରେ ଅଭିଯୁକ୍ତ ଜଣକ ଗଳାରେ ବେଲଟ୍ ବାନ୍ଧି ଆନ୍ଦ୍ରେଙ୍କର ହତ୍ୟା କରିଥିଲା । ତେବେ ବ୍ୟକ୍ତିଗତ ବିବାଦରୁ ଏପରି ଅଘଟଣ ଘଟିଛି ବୋଲି କିହିଛି ତଦନ୍ତକାରୀ ସଂସ୍ଥା ।
ଅଭିଯୁକ୍ତର ରହିଛି ଅପରାଧିକ ରେକର୍ଡ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ବୈଜ୍ଞାନିକ ହତ୍ୟା ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଅପରାଧିକ ରେକର୍ଡ ରହିଛି। ଗୁରୁତର ଅପରାଧ ପାଇଁ ତାଙ୍କୁ ପୂର୍ବରୁ କୋର୍ଟ ଚାଲାଣ କରାଯାଇଥିଲା ଏବଂ ସେ ବହୁ ବର୍ଷ ଜେଲରେ ଥିଲେ । ପୋଲିସ ଦାବି କରିଛି ଯେ ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଛି।












Click it and Unblock the Notifications