ଆଜି ଦୁଇ ମହା ଶକ୍ତି ରାଷ୍ଟ୍ରର ମୁଖ୍ୟଙ୍କ ଭେଟଘାଟ, କଣ ହେବ ଆଲୋଚନା ସାରା ବିଶ୍ୱର ନଜର

ଆଜି ଶୁକ୍ରବାର ଭାରତୀୟ ସମୟ ଅପରାହ୍ନ ପ୍ରାୟ ୩ଟା ୩୦ରେ ସାମ୍ନାସାମ୍ନୀ ହେବେ ବିଶ୍ଵର ଦୁଇ ପ୍ରମୁଖ ନେତା ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆମେରିକୀୟ ରାଜ୍ୟ ଆଲାସ୍କାରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ବସିବ। ସାଢ଼େ ୩ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଶେଷ କରିବା ଲାଗି ଏହି ବୈଠକ ହେଉଥିବାରୁ ଏହା ଉପରେ ସାରା ବିଶ୍ଵର ନଜର ରହିଛି। ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବି ଉପସ୍ଥିତ ରହିବେ।

putin tramp

ଏହା ଏକ ଐତିହାସିକ ବୈଠକ ହେବାକୁ ଯାଉଛି। ଟ୍ରମ୍ପ କହିଛନ୍ତି, ଯୁଦ୍ଧ ଶେଷ କରିବାକୁ ପୁଟିନ ଏକ ଡିଲ୍ କରିବାକୁ ଚାହୁଁଛନ୍ତି। କିନ୍ତୁ ବୈଠକ ବିଫଳ ହେବାର ୨୫ ପ୍ରତିଶତ ସମ୍ଭାବନା ରହିଛି। ଅନ୍ୟପଟେ ବୈଠକ ପୂର୍ବରୁ ଟ୍ରମ୍ପ ପୁଟିନଙ୍କୁ ଚେତାବନୀ ବି ଦେଇଛନ୍ତି। ରୁଷ ଯଦି ଯୁଦ୍ଧ ବନ୍ଦ କରିବାକୁ ରାଜି ନ ହୁଏ, ତେବେ ପରିଣତି ଅତି ଭୟଙ୍କର ହେବ ବୋଲି ସେ କହିଛନ୍ତି। ଯଦି ବୈଠକ ଠିକ୍ ଠାକ ଚାଲେ ତେବେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ୟୁରୋପୀୟ ସଂଘ ନେତା ଏବଂ ପୁଟିନଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି।

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ପ୍ରଶାସନର ପଦକ୍ଷେପର ପ୍ରଶଂସା କରିଛି ରୁଷ। ବୈଠକ ସମୟରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ନେଇ ମସ୍କୋ ଏବଂ ଓ୍ବାଶିଂଟନ ମଧ୍ୟରେ ଡିଲ୍ କରିବା ନେଇ ମଧ୍ୟ ରୁଷ ପକ୍ଷରୁ ସଙ୍କେତ ଦିଆଯାଇଛି।

ଏସବୁ ସତ୍ବେ ରୁଷ ୟୁକ୍ରେନର ଏକ ପଞ୍ଚମାଂଶ ଅଞ୍ଚଳ କବଜା କରିସାରିଛି। ତେଣୁ ୟୁକ୍ରେନର କିଛି ଅଞ୍ଚଳକୁ ନେଇ ବୈଠକରେ ଡିଲ୍‌ ହୋଇପାରେ। ପୁଟିନ ୟୁକ୍ରେନର କିଛି ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ହାତେଇବାକୁ ଚାହୁଁଛନ୍ତି। ସେସବୁ ମିଳିଗଲେ ଏହି ଯୁଦ୍ଧ ସମାପ୍ତ ହୋଇଯିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+