ଦୁନିଆର ଶେଷ ରାସ୍ତା : ଆଗକୁ ଗଲେ ବିଶ୍ୱ ଶେଷ !

ନରଓ୍ୱେର ଏହା ଶେଷ ରାସ୍ତା । ଏହାକୁ ଆଗକୁ ଯିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା କୁହାଯାଏ ।

ନରଓ୍ୱେ : Last Road of the Earth ଆପଣଙ୍କୁ ଆଜି ଏଭଳି ଏକ ରାସ୍ତା ବିଷୟରେ କହିବୁ ଯାହାକୁ ଦୁନିଆର ଶେଷ ରାସ୍ତା ବୋଲି କୁହାଯାଏ । ଏହା ପରେ ଦୁନିଆ ଶେଷ ହୋଇଯାଏ । କହି ରଖୁକି ଉତ୍ତର ଧୃବ (North Pole) ପୃଥିବୀର ସବୁଠାରୁ ସୁଦୁର ବିନ୍ଦୁ ଅଟେ । ଏହି ସ୍ଥାନରେ ପୃଥିବୀ ବୁଲିଥାଏ । ନରଓ୍ୱେର ଏହା ଶେଷ ରାସ୍ତା । ଏହାକୁ ଆଗକୁ ଯିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା କୁହାଯାଏ । ଏହି ରାସ୍ତାକୁ ଇ-69 କୁହାଯାଏ । ଏହା ପୃଥିବୀର କେନ୍ଦ୍ରକୁ ଛୁଇଁଥାଏ । ଏହାର ଆଗକୁ ଆଉ କୌଣସି ରାସ୍ତା ନାହିଁ । ଏହା ଆଗରେ କେବଳ ବରଫ ଏବଂ ସମୁଦ୍ର ହିଁ ସମୁଦ୍ର ରହିଛି । ଇ-69 ଏକ ଜାତୀୟ ରାଜପଥ ଅଟେ । ଯାହା 14 କିଲୋମିଟର ଯାଏଁ ଲମ୍ବିଛି । ଏହି ରାସ୍ତାରେ ଏପରି ଅନେକ ସ୍ଥାନ ଅଛି ଯେଉଁଟି ବ୍ୟକ୍ତିକୁ ଏକୁଟିଆ ଚାଲିବା କିମ୍ବା ଗାଡି ଚଳାଇବା ବାରଣ କରାଯାଇଛି ।

ରାସ୍ତା

ଏହାର କାରଣ ହେଲା ବରଫର ମୋଟା ଆସ୍ତରଣ । ବରଫର ମୋଟା ଆସ୍ତରଣ ଏଠାରେ ରହିଥିବାରୁ ଲୋକମାନେ ହଜିଯିବାର ଯଥେଷ୍ଟ ସମ୍ବାବନା ରହିଛି । ଯେହେତୁ ଏହା ଉତ୍ତର ଧୃବ ପାଖରେ ଅଛି, ତେଣୁ ଏଠାରେ ବର୍ଷର ଛଅମାସ ଯାଏଁ ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ । ଏହାବାଦ୍ ଶୀତଦିନେ ଏହାର ତାପମାତ୍ରା ମାଇନସ୍ 43 ଡିଗ୍ରୀ ଠାରୁ ନେଇ ମାଇନସ୍ 26 ଡିଗ୍ରୀ ଯାଏଁ ରହିଥାଏ । ଗରମ ଦିନେ ଏହାର ତାପମାତ୍ରା କେବଳ ଶୂନ ଡିଗ୍ରୀ ସେଲସିୟସ୍ ଯାଏଁ ଆସିଥାଏ । ଏତେ ଶୀତ ସତ୍ତ୍ୱେ ଏଠାରେ ଲୋକ ରୁହନ୍ତି ।
କିଭଳି ବିକଶିତ ହେଲା ଏହି ସ୍ଥାନ ?
ଦୀର୍ଘ ବର୍ଷ ଧରି ଏହି ରାସ୍ତ ଭୟରେ ବନ୍ଦ ରହିଥିଲା । ଲୋକେ ଏହି ରାସ୍ତାରେ ଯିବା ଆସିବା କରୁନଥିଲେ । ଏଠାରେ ପ୍ରଥମେ ମାଛର କାରବାର ହେଉଥିଲା । 1930 ମସିହାରୁ ଏହି ଅଞ୍ଚଳ ବିକଶିତ ହେବାକୁ ଲାଗିଲା । 1934ରେ ଏଠାରେ ରହୁଥିବା ଲୋକେ ନିଷ୍ପତି ନେଲେ ଏହି ଅଞ୍ଚଳକୁ ପର୍ଯ୍ୟଟନମାନଙ୍କ ପାଇଁ ଖୋଲା କରିବେ । ଫଳରେ ଏହି ଅଞ୍ଚଳରେ ଅନେକ ହୋଟେଲ, ଦୋକାନ ଓ ରେସ୍ତୋରାଁ ଖୋଲିଲା । ଲୋକ ଏଠାକୁ ଆସିବାକୁ ଲାଗିଲେ ।

ରାସ୍ତା
କ'ଣ ରହିଛି ଶେଷ ରାସ୍ତାର ବିଶେଷତ୍ୱ ?
ଏଠାକୁ ବର୍ଷ ତମାମ୍ ଲୋକଙ୍କ ଭିଡ଼ ଯମେ । ସାରା ଦୁନିଆର ଲୋକ ଏହି ରାସ୍ତାକୁ ବୁଲିବାକୁ ଆସନ୍ତି । ଏଠାରେ ଏକ ଅଲଗା ଦୁନିଆରେ ରହିବା ଭଳି ଅନୁଭବ ହୁଏ । ଏଠାରେ ପରିବେଶ ଅନେକ ରୋମାଞ୍ଚକର ରହିଛି । ବୁଡି ଯାଉଥିବା ସୂର୍ଯ୍ୟର ପୋଲାର ଲାଇଟ୍ ଦେଖିବା ପାଇଁ ଆପଣ ଏଠାକୁ ଆସି ପାରିବେ । ଘରା ନୀଳ ଆକାଶ ସହ ଗୋଲାପୀ ରଙ୍ଗର କିରଣ ଏଠାରେ ଦେଖିବାକୁ ମିଳେ । ପୋଲାର୍ ଲାଇଟକୁ ଏଠାରେ ଅରୋରା କୁହାଯାଏ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+