ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ୨ ବର୍ଷ ,୨୦୨୩ ଅକ୍ଟୋବର ୭ରେ ଲାଗିଥିଲା ଯୁଦ୍ଧ

ଇସ୍ରାଏଲ- ହମାସ ଯୁଦ୍ଧକୁ ପୂରିଲା ୨ ବର୍ଷ । ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ୧,୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହମାସ୍‌ ୨୫୧ ଜଣଙ୍କୁ ପଣବନ୍ଦୀ କରିନେଇଥିଲା। ଏହାର ଜବାବରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ କରିଥିଲା, ଯାହାକି ଅଦ୍ୟାବଧି ଜାରି ରହିଛି। ଯୁଦ୍ଧକୁ ମଙ୍ଗଳବାର ୨ ବର୍ଷ ପୂରୁଥିବାବେଳେ ଆମେରିକା, କାତାର ଓ ଇଜିପ୍ଟ ମଧ୍ୟସ୍ଥତାରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଚାଲିଛି।

gaza

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ୨୦-ସୂତ୍ରୀ ଶାନ୍ତି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଇସ୍ରାଏଲୀ ଅଧିକାରୀମାନେ ଇଜିପ୍ଟରର ଶାର୍ମ ଏଲ୍‌-ଶେଖ୍‌ସ୍ଥିତ ରେଡ୍‌ ସି ରିସର୍ଟରେ ଏକାଠି ହୋଇଛନ୍ତି। ଇସ୍ରାଏଲ୍‌ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ରୋନ୍‌ ଡେରମର ନେଉଛନ୍ତି। ହମାସ୍‌ର ଡେଲିଗେଶନ୍‌କୁ ଖଲିଲ ଅଲ୍‌-ହୟାହ ଲିଡ୍‌ କରୁଛନ୍ତି। ଆମେରିକାର ମଧ୍ୟପ୍ରାଚ୍ୟ ପ୍ରତିନିଧି ଷ୍ଟିଭ୍‌ ଓ୍ବିଟ୍‌କୋଫ୍‌ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଜ୍ୱାଇଁ ଜରେଡ୍‌ କୁଶନେର ମଧ୍ୟ ଏହି ରିସର୍ଟରେ ପହଞ୍ଚତ୍ଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+