ମଧ୍ୟପ୍ରାଚ୍ୟର ମହାସଂଗ୍ରାମ, ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍

ଭୟଙ୍କର ରୂପ ନେଲା ମଧ୍ୟପ୍ରାଚ୍ୟର ମହାସଂଗ୍ରାମ । ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ । ଲେବାନନ୍ ରାଜଧାନୀ ବେରୁଟ ଉପରେ ଭୟଙ୍କର ବୋମାମାଡ଼ କରିଛି ଇସ୍ରାଏଲ । ପ୍ରାୟ ୫୩ ଗାଁ ଏବଂ ସହରରେ ହୋଇଛି ଏହି ବୋମାମାଡ଼ । ଗତ ଏକ ବର୍ଷ ମଧ୍ୟରେ ବେରୁଟ ସହର ଉପରେ ଏହା ପ୍ରଥମ ସିଧାସଳଖ ଆକ୍ରମଣ ।

Middle East

ସୂଚନାନୁଯାୟୀ, କାଲି ହେଜବୁଲ୍ଲା ସଙ୍ଗଠନ ପକ୍ଷରୁ ଇସ୍ରାଏଲର ଏକ ସାମରିକ ବେସ୍ ଉପରେ ରକେଟ୍ ମାଡ଼ କରାଯାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ୍ ଘନଘନ ବୋମାମାଡ଼ କରିଛି । ହେଜବୁଲ୍ଲାର ବରିଷ୍ଠ ନେତା ଏବଂ ସେମାନଙ୍କର ଗୁପ୍ତ ଆଡ୍ଡାଗୁଡ଼ିକୁ ଟାର୍ଗେଟ୍ କରିଛି ଆଇଡିଏଫ୍ । ବେରୁଟ ଦକ୍ଷିଣ ଉପକଣ୍ଠ 'ଦାହିୟେ' ଅଞ୍ଚଳରେ ୧୨ରୁ ଅଧିକ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣ ପରେ ବେରୁଟ ସହର କଳା ଧୂଆଁରେ ଭରିଯାଇଛି । ହଜାର ହଜାର ଲୋକ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା ଏବଂ ଇସ୍ରାଏଲ୍ ବିରୋଧରେ ଏହି ଲଢ଼େଇ ଜାରି ରଖିବେ ବୋଲି କହିଛି ହେଜବୁଲ୍ଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+