ବଢ଼ିଲା ବିବାଦ ; ଭାରତକୁ ଶତ୍ରୁ ଦେଶ ତାଲିକାରେ ଅନ୍ତର୍ଭୁତ କଲା କାନାଡା

କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ 'ଶତ୍ରୁ ଦେଶ' ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। କାନାଡା ପାଇଁ ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟରେ ବିପଦ ଥିବା ଦେଶମାନଙ୍କ ତାଲିକାରେ ଭାରତକୁ ରଖାଯାଇଛି।

Canada

ଏହି ରିପୋର୍ଟ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ପ୍ରକାଶ ପାଇଛି। ଚୀନ୍, ରୁଷିଆ, ଇରାନ ଏବଂ ଉତ୍ତର କୋରିଆ ସହିତ ଭାରତକୁ 'ଶତ୍ରୁ ଦେଶ' ଭାବରେ ତାଲିକାଭୁକ୍ତ କରାଯାଇଛି। ଏଥିରେ ଭାରତକୁ ପ୍ରତିଦ୍ୱନ୍ଦ୍ୱୀ ଦେଶ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି, ଆମେ ଆକଳନ କରୁଛୁ ଯେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଧମକ ଲୋକମାନେ ଗୁପ୍ତଚର ଉଦ୍ଦେଶ୍ୟରେ କାନାଡା ସରକାରଙ୍କ ନେଟୱାର୍କ ବିରୋଧରେ ସାଇବର ବିପଦ କାର୍ଯ୍ୟକଳାପ କରିପାରନ୍ତି।

ଏଥିରେ ଆହୁରି କୁହାଯାଇଛି, କାନାଡା ଏବଂ ଭାରତ ମଧ୍ୟରେ ସରକାରୀ ଦ୍ୱିପାକ୍ଷିକ ସମ୍ପର୍କ କାନାଡା ବିରୋଧରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଧମକ କାର୍ଯ୍ୟକଳାପକୁ ଆଗେଇ ନେବାର ଆଶଙ୍କା ରହିଛି।

ଏହି ରିପୋର୍ଟରେ କୁହାଯାଇଛି, ଭାରତର ନେତୃତ୍ୱ ଘରୋଇ ସାଇବର କ୍ଷମତା ସହିତ ଏକ ଆଧୁନିକ ସାଇବର ପ୍ରୋଗ୍ରାମ ନିର୍ମାଣ କରିବାକୁ ଇଚ୍ଛା କରୁଛନ୍ତି ଏବଂ ଭାରତର ସାଇବର ପ୍ରୋଗ୍ରାମକୁ ଜାତୀୟ ସୁରକ୍ଷା ଆବଶ୍ୟକତା ବଢ଼ାଇବା ପାଇଁ ବ୍ୟବହାର କରିବାର ସମ୍ଭାବନା ରହିଛି। ସେଥି ମଧ୍ୟରେ ଗୁପ୍ତଚର, ଆତଙ୍କବାଦକୁ ମୁକାବିଲା କରିବା, ନିଜର ବିଶ୍ୱ ସ୍ଥିତିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ଆଦି ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଭାରତ ବିରୋଧରେ ଟ୍ରୁଡୋ ସରକାରଙ୍କ ଏହା ଏକ ନୂଆ ଆକ୍ରମଣ। ଏହାପୂର୍ବରୁ ଅକ୍ଟୋବରରେ କାନାଡା ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କୁ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ 'ପର୍ସନ ଅଫ୍ ଇଣ୍ଟ୍ରେଷ୍ଟ' ଭାବରେ ଘୋଷଣା କରିଥିଲା, ଏହା ପରେ ଭାରତ ବର୍ମାଙ୍କ ସମେତ ୬ଜଣ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଥିଲା।

ଏହା ସହିତ ନୂଆଦିଲ୍ଲୀ ୬ ଜଣ କାନାଡିଆନ କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଥିଲା। ଭାରତ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି ଏବଂ ଜଷ୍ଟିନ ଟ୍ରୁଡୋଙ୍କ ପକ୍ଷରୁ ଘରୋଇ ଭୋଟ୍ ବ୍ୟାଙ୍କକୁ ଖୁସି କରିବା ପାଇଁ ନିଆଯାଇଥିବା ଏହା ଏକ ପଦକ୍ଷେପ ବୋଲି କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+