ବୋଲ ମାନୁନି ବାଂଲାଦେଶ ସରକାର, ଭାରତର ନୁମନ୍ତ୍ରଣକୁ କଲା ପ୍ରତ୍ୟାଖ୍ୟାନ

ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଭାରତ ସରକାରଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଆଇଏମଡିର ୧୫୦ ବର୍ଷ ପୂରଣ ଉପଲକ୍ଷେ ଦିଲ୍ଲୀରେ ଏକ ସେମିନାର ଆୟୋଜନ କରାଯାଉଛି। ଜାନୁଆରୀ ୧୪ ତାରିଖରେ ଦିଲ୍ଲୀର ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ଏହି ସେମିନାରରେ ପାକିସ୍ତାନ ଏବଂ ବାଂଲାଦେଶ ସମେତ ଅବିଭକ୍ତ ଭାରତର ଅଂଶ ଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପାକିସ୍ତାନ ମଧ୍ୟ ଏହାର ଅଂଶଗ୍ରହଣକୁ ନିଶ୍ଚିତ କରିସାରିଛି। ତଥାପି, ବାଂଲାଦେଶ ଏଥିରେ ଯୋଗଦେବାକୁ ମନା କରିଦେଲା।

Bangladesh government

ବାଂଲାଦେଶ ପାଣିପାଗ ବିଭାଗ (ବିଏମ୍‌ଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୋମିନୁଲ ଇସଲାମ ଏକ ମାସ ପୂର୍ବେ ଆଇଏମଡିରୁ ନିମନ୍ତ୍ରଣ ପାଇବାକୁ ନିଶ୍ଚିତ କରିଥିଲେ। ସେ କହିଥିଲେ, ଭାରତ ପାଣିପାଗ ବିଭାଗ ଆମକୁ ଏହାର ୧୫୦ତମ ବାର୍ଷିକୀ ସମାରୋହକୁ ନିମନ୍ତ୍ରଣ କରିଛି। ଆମେ ଭଲ ସମ୍ପର୍କ ବଜାୟ ରଖୁଛୁ ଏବଂ ସେମାନଙ୍କ ସହିତ ସହଯୋଗ ଜାରି ରଖିଛୁ। ସରକାରଙ୍କ ଦ୍ୱାରା ଅନୁଦାନପ୍ରାପ୍ତ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ କଟକଣା ଥିବାରୁ ଆମେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉନାହୁଁ।
ବ୍ରିଟିଶ ଶାସନ ସମୟରେ ୧୮୭୫ ମସିହାରେ ପ୍ରତିଷ୍ଠିତ, ଆଇଏମଡି ଜାନୁଆରୀ ୧୫ ତାରିଖରେ ୧୫୦ ବର୍ଷ ପୂରଣ କରିବ। ୧୮୬୪ ମସିହାରେ କଲିକତାରେ ହୋଇଥିବା ଘୂର୍ଣ୍ଣିଝଡ଼ ଏବଂ ୧୮୬୬ ଏବଂ ୧୮୭୧ ମସିହାରେ ଲଗାତାର ମୌସୁମୀ ବିଫଳତା ପରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ସରଳ ଭାବେ ଗଠନ ଭାବରେ ଆରମ୍ଭ ହୋଇଥିଲା। ଆଜି ତାହା ପାଣିପାଗ ପୂର୍ବାନୁମାନ, ଯୋଗାଯୋଗ ଏବଂ ବୈଜ୍ଞାନିକ ଉଦ୍ଭାବନର ଏକ କେନ୍ଦ୍ର ପାଲଟିଛି। ପାଣିପାଗ ବିଭାଗର ୧୫୦ବର୍ଷ ପୂରଣ ଉପଲକ୍ଷେ ଆୟୋଜିତ ଏହି ସେମିନାର ପାଇଁ ଅବିଭକ୍ତ ଭାରତର ଅଂଶ ଥିବା ପାକିସ୍ତାନ ଏବଂ ବାଂଲାଦେଶ ସମେତ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଏହି ସେମିନାରରେ ପାକିସ୍ତାନ, ଆଫଗାନିସ୍ତାନ, ମିଆଁମାର, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା ଏବଂ ନେପାଳର ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+