Get Updates
Get notified of breaking news, exclusive insights, and must-see stories!

ନିଲମ୍ବନ ହେଲେ ଏହି ଦେଶର ପ୍ରଧାନମନ୍ତ୍ରୀ!କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ୟାତୋଙ୍ଗତାର୍ନ ଶିନାଓ୍ବାତ୍ରାଙ୍କୁ ସସପେଣ୍ଡ କରାଯାଇଛି । ଦେଶର ସାମ୍ବିଧାନିକ ନ୍ୟାୟାଳୟ ଆଜି ତାଙ୍କୁ ସସପେଣ୍ଡ କରାଯିବା ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କାମ୍ବୋଡିଆ ସହ ରାଜନୈତିକ ବିବାଦ ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ଏକ ବହୁତ ବଡ଼ ନିଷ୍ପତ୍ତି କୋର୍ଟ ଶୁଣାଇଛନ୍ତି । ଏହାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ୍ ରହିଛି । ଥାଇଲାଣ୍ଡର ମିଡ଼ିଆ ରିପୋର୍ଟସ ମୁତାବକ, ଲିକ୍ ହୋଇଥିବା ଏକ ଟେଲିଫୋନ କଲକୁ ନେଇ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିଛି ।

କାମ୍ବୋଡିଆ ସହ ସୀମା ବିବାଦକୁ ନେଇ ନିଜର ଭୂମିକାକୁ ନେଇ ମନ୍ତ୍ରୀ ପଦର ନୈତିକତା ଉଲ୍ଲଂଘନ କରିଥିଲେ । ଥାଇଲାଣ୍ଡର ସାମ୍ବିଧାନିକ ଅଦାଲତ ୭-୨ ବହୁମତରେ ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ ଅଦାଲତ ବହୁମତ ଆଧାରରେ ନିଷ୍ପତ୍ତି ନେଇ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ବୋଲି କୁହାଯାଇଛି । ଅଦାଲତ ଏହି ମାମଲାର ଅନ୍ତିମ ଶୁଣାଣି କରିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।

thailand

ଶିନାୱାତ୍ରା ସରକାରଙ୍କୁ ସମର୍ଥନ କରୁଥିବା ଦଳଗୁଡ଼ିକ ନିଜ ନିଜର ସମର୍ଥନ ପ୍ରତ୍ୟାହାର କରିଛନ୍ତି। ସାମ୍ବିଧାନିକ କୋର୍ଟ କାମ୍ବୋଡିଆ ସହିତ କୂଟନୈତିକ ବିବାଦରେ ଶିନାୱାତ୍ରାଙ୍କ ଭୂମିକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ବହିଷ୍କାର କରାଯାଇପାରିବ। ସାମ୍ବିଧାନିକ କୋର୍ଟ ୭-୨ ବହୁମତ ସହିତ ଶିନାୱାତ୍ରାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିନାୱାତ୍ରାଙ୍କ ବିରୁଦ୍ଧରେ ପଦ ଏବଂ ଗୋପନୀୟତାର ଶପଥ ଉଲ୍ଲଂଘନ ଏବଂ ରାଷ୍ଟ୍ରୀୟ ହିତକୁ ଅଣଦେଖା କରିଥିବା ଅଭିଯୋଗ ଲାଗିଛି।

ପୁରା ବିବାଦ ମଇ ୨୦୨୫ ରେ ଥାଇଲାଣ୍ଡ ଓ କମ୍ବୋଡିଆ ଭିତରେ ସୀମାରେ ହୋଇଥିବା ବିବାଦ ପରେ ଆରମ୍ଭ ହୋଇଥିଲା। ଯେଉଁଥିରେ କମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୀମା ରେ ଚାଲିଥିବା ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଶିନାୱାତ୍ରା କମ୍ବୋଡିଆ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ହୁନ୍ ସେନ୍‌ଙ୍କୁ ଫୋନ୍ କରିଥିଲେ, ଯିଏକି ଏବେ ବି ଦେଶର ରାଜନୀତିରେ ପ୍ରଭାବଶାଳୀ ବ୍ୟକ୍ତି।

ନିକଟରେ ଫୋନ୍ କଲ୍‌ର ଏକ ରେକର୍ଡିଂ ଲିକ୍ ହୋଇଥିଲା, ଯେଉଁଥିରେ ହୁନ୍ ସେନ୍‌ଙ୍କୁ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ 'ଅଙ୍କଲ' କହି ସମ୍ବୋଧିତ କରିଥିଲେ। ଏହା ସହ ଥାଇଲାଣ୍ଡ ସେନାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିଜର ବିରୋଧି ବୋଲି ମଧ୍ୟ କହିଥିଲେ। ତାଙ୍କର ଏହି ବୟାନ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସଂସଦର ରୁଢିବାଦୀ ସାଂସଦଙ୍କ ମଧ୍ୟରେ ସୃଷ୍ଟି କରିଛି ହଇଚଇ।

ଥାଇ ସଂସଦର ଏକ ଗୋଷ୍ଠୀ, ଯିଏକି ସେନାର ସମର୍ଥକ, ସେମାନେ ଏହି ଲିକ୍ ଫୋନ୍ କଲ୍‌କୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆବେଦନ କରିଥିଲେ। ତାଙ୍କର ଅଭିଯୋଗ ଥିଲା ଯେ, ପ୍ରଧାନମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କମ୍ବୋଡିଆ ଆଗେରେ ମୁଣ୍ଡ ନୂଆଁଇବାର ସଙ୍କେତ ଦେଇଛନ୍ତି। ଏଭଳି କରି ସେନାର ମନୋବଳ ଭାଙ୍ଗିବା ସହ ତାକୁ ତଳୁଆ ଦେଖାଇବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣ ଥାଇଲାଣ୍ଡର ସୁରକ୍ଷା, ବିଦେଶ ନୀତି ଓ ସାମରିକ ପ୍ରତିଷ୍ଠାନର ଗାରିମାକୁ କ୍ଷୁର୍ଣ୍ଣ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+