ସମୁଦ୍ରରେ ଖସିଲା ବିମାନ, ଚାଲିଗଲା ୬ ପୋଲିସ ଅଧିକାରୀଙ୍କ ଜୀବନ
ଥାଇଲାଣ୍ଡରେ ଏକ ବିମାନ ଦୁର୍ଘଟଣାରେ ୬ ଜଣ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ପାରାସୁଟ୍ ଟ୍ରେନିଂ ପାଇଁ ପରୀକ୍ଷାମୂଳକ ଭାବେ ଉଡ଼ାଣ ସମୟରେ ଦୁର୍ଘଟଣାଗସ୍ତ ହୋଇ ବିମାନଟି ସମୁଦ୍ରରେ ଖସି ପଡ଼ିଥିଲା। ବ୍ୟାଙ୍କକ୍ଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ଦକ୍ଷିଣ ପଶ୍ଚିମ ଦିଗରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ରୟାଲ ଥାଇ ପୁଲିସ ସୂଚନା ଦେଇଛି। ସେମାନଙ୍କ ମଧ୍ୟରୁ ତିନିଜଣ ପାଇଲଟ୍, ଜଣେ ଇଞ୍ଜିନିୟର ଏବଂ ଦୁଇଜଣ ମେକାନିକ୍ ଅନ୍ତର୍ଭୁକ୍ତ। ଦୁର୍ଘଟଣାର କାରଣ ନେଇ ବିମାନର ବ୍ଲାକ ବକ୍ସ ତଥ୍ୟ ଯାଞ୍ଚ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି।












Click it and Unblock the Notifications