ଥାଇଲ୍ୟାଣ୍ଡ-କାମ୍ବୋଡିଆ ମଧ୍ୟରେ ପୁଣି ହିଂସା, ସୀମାରେ ଥାଇଲ୍ୟାଣ୍ଡର ଏୟାରଷ୍ଟ୍ରାଇକ
ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ପୁଣି ଥରେ ହିଂସା ଦେଖାଦେଇଛି। କାମ୍ବୋଡିଆ ସୀମାରେ ଥାଇଲ୍ୟାଣ୍ଡର ଏୟାରଷ୍ଟ୍ରାଇକ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି କରିଥିଲେ। ଥାଇଲ୍ୟାଣ୍ଡ ଏବେ ଯୁଦ୍ଧବିରତି ଉଲ୍ଲଂଘନ କରି ବିମାନ ଆକ୍ରମଣ କରିଥିବା ବେଳେ ଉଭୟ ଦେଶ ପରସ୍ପରକୁ ଯୁଦ୍ଧବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛନ୍ତି। ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଥିବା ଥାଇ ସେନା ମୁଖପାତ୍ର ୱିନ୍ଥାଇ ସୁଭାରି ଏକ ବିବୃତ୍ତିରେ କହିଛନ୍ତି । ଶ୍ରୀ ୱିନ୍ଥାଇ ଏହା ମଧ୍ୟ କହିଛନ୍ତି ଯେ ଥାଇଲ୍ୟାଣ୍ଡ, କମ୍ବୋଡିଆ ସୈନ୍ୟଙ୍କ ଆକ୍ରମଣକୁ ଦମନ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସାମରିକ ଲକ୍ଷ୍ୟସ୍ଥଳ ଉପରେ ବିମାନ ଆକ୍ରମଣ କରିଛି ।
କମ୍ବୋଡିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମାଲି ସୋଚେତା କହିଛନ୍ତି ଯେ ଥାଇ ସୈନ୍ୟମାନେ ସୋମବାର ସକାଳେ ସୀମାନ୍ତ ପ୍ରଦେଶ ପ୍ରିୟାହ ଭିହୟାର ଏବଂ ଓଡାର ମିଞ୍ଚେରେ କମ୍ବୋଡିଆ ସୈନ୍ୟଙ୍କ ଉପରେ ଆକ୍ରମଣ କରିଛନ୍ତି । ଥାଇଲ୍ୟାଣ୍ଡ "ତାମୋନ ଥମ୍ ମନ୍ଦିରରେ ଟ୍ୟାଙ୍କ ଆକ୍ରମଣ ସହ ଗୁଳିମାଡ଼ କରିଛି । ପ୍ରିୟାହ ଭିହୟାର ମନ୍ଦିର ନିକଟବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।

ଓଡାର ମିଞ୍ଚେ ପ୍ରାଦେଶିକ ପ୍ରଶାସନର କମ୍ବୋଡିଆର ମୁଖପାତ୍ର କହିଛନ୍ତି ଯେ ଥାଇଲାଣ୍ଡ ର ଆକ୍ରମଣ ଫଳରେ ସୀମା ନିକଟରେ ରହୁଥିବା ଅନେକ ଗ୍ରାମବାସୀ ନିରାପଦ ସ୍ଥାନକୁ ପଳାୟନ କରୁଛନ୍ତି । ଥାଇଲ୍ୟାଣ୍ଡ କହିଛି ଆକ୍ରମଣ ପରେ କମ୍ବୋଡିଆ ସୀମାବର୍ତ୍ତୀ ଅଞ୍ଚଳରୁ ଥାଇଲ୍ୟାଣ୍ଡର ପ୍ରାୟ ୩୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ଥାଇ ସେନା କହିଛି ଯେ, ସୋମବାର ସକାଳ ପ୍ରାୟ ୩ଟା ସମୟରେ କାମ୍ବୋଡିଆ ଥାଇ ସୀମାକୁ ଟାର୍ଗେଟ କରିବା ଆରମ୍ଭ କରିଥିଲା। ଏକ ପୃଥକ ବିବୃତ୍ତିରେ, କାମ୍ବୋଡିଆ ସେନା ଅଭିଯୋଗ କରିଛି ଯେ ଥାଇ ସେନା ସକାଳ ପ୍ରାୟ ୫ଟା ୦୪ ସମୟରେ କାମ୍ବୋଡିଆ ସେନା ଉପରେ ଆକ୍ରମଣ କରିଥିଲା।ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଦେଖାଦେଇଥିଲା, ଯାହା ଫଳରେ ପାଞ୍ଚ ଦିନିଆ ଯୁଦ୍ଧ ହୋଇଥିଲା।
ପରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ହୋଇଥିଲା। ଅକ୍ଟୋବରରେ କୁଆଲାଲମ୍ପୁରରେ ଦୁଇ ନେତା ଏକ ଶାନ୍ତି ଚୁକ୍ତିନାମା ମଧ୍ୟସ୍ଥତା କରିଥିଲେ। ଜୁଲାଇ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇଥିଲା, ଦୁଇ ପଡ଼ୋଶୀ ପରସ୍ପର ଉପରେ ରକେଟ୍ ମାଡ଼ କରିଥିଲେ, ଯେଉଁଥିରେ ଅତି କମରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୩୦୦,୦୦୦ ଲୋକଙ୍କୁ ଅସ୍ଥାୟୀ ଭାବରେ ବିସ୍ଥାପିତ କରାଯାଇଥିଲା।












Click it and Unblock the Notifications