ଆରମ୍ଭ ହେଲ ନୂଆ ଯୁଦ୍ଧ, କମ୍ବୋଡିଆ ଉପରେ ଏୟାର ଷ୍ଟାଇକ୍ କଲା ଥାଇଲାଣ୍ଡ

ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଥାଇଲ୍ୟାଣ୍ଡ ଗୁରୁବାର କାମ୍ବୋଡିଆର ସାମରିକ ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଘୋଷଣା କରିଛି। ଏହି ଆକ୍ରମଣ ପୂର୍ବରୁ ଥାଇ ଅଧିକାରୀମାନେ ଦାବି କରିଥିଲେ ଯେ, କାମ୍ବୋଡିଆର ଆର୍ଟିଲେରୀ ଶେଲିଂ ଯୋଗୁଁ 9 ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ଏହି ଘଟଣା ଗୁରୁବାର ସକାଳେ ଥାଇଲ୍ୟାଣ୍ଡର ସୁରିନ ପ୍ରଦେଶ ଓ କାମ୍ବୋଡିଆର ଓଡ଼ାର ମିଞ୍ଚେ ପ୍ରଦେଶ ମଧ୍ୟରେ ଥିବା ବିବାଦୀୟ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ପ୍ରସାତ ତା ମୁଏନ ଥୋମ ହିନ୍ଦୁ ମନ୍ଦିର ନିକଟରେ ଥାଇ ଓ କାମ୍ବୋଡିଆ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଘଟିଛି। ଥାଇ ସେନା ଅଭିଯୋଗ କରିଛି ଯେ, କାମ୍ବୋଡିଆ ସେନା ପ୍ରଥମେ ଏହି ଅଞ୍ଚଳରେ ଏକ ଡ୍ରୋନ ପଠାଇଥିଲେ ଏବଂ ପରେ ପ୍ରଥମ ଗୁଳି ଚଳାଇଥିଲେ।

୬ଟି ଏଫ-୧୬ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ କମ୍ବୋଡ଼ିଆରେ ସାମରିକ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରିନ ପ୍ରଦେଶର ତାମୁଏନଥମ ମନ୍ଦିର ନିକଟ ବିବାଦୀୟ ସୀମାନ୍ତ ଅଞ୍ଚଳରେ ହୋଇଥିବା ଗୁଳିବିନିମୟ ପରେ ହୋଇଛି । କମ୍ବୋଡ଼ିଆ ସୈନ୍ୟ ପ୍ରଥମେ ଏକ ଡ୍ରୋନ ପଠାଇଥିଲେ । ପରେ ଗୁଳି ଚଳାଇଥିବା ଥାଇଲାଣ୍ଡ ଅଭିଯୋଗ କରିଛି ।

f 16

ଥାଇଲାଣ୍ଡର ବିମାନ ଆକ୍ରମଣକୁ ନିନ୍ଦା କରିଛି କମ୍ବୋଡ଼ିଆ । ଆନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । କମ୍ବୋଡ଼ିଆ ସବୁବେଳେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । କିନ୍ତୁ ଏହି ପରିସ୍ଥିତିରେ ଆମେ ସଶସ୍ତ୍ର ଆକ୍ରମଣର ଜବାବ ଦେବାକୁ ବାଧ୍ୟ ବୋଲି କମ୍ବୋଡ଼ିଆର ପ୍ରଧାନମନ୍ତ୍ରୀ ହୁନ ମାନେଟ କହିଛନ୍ତି। ଘଟଣା ପରେ ଥାଇଲାଣ୍ଡ ସୀମାନ୍ତରେ ସମସ୍ତ ପ୍ରବେଶ ପଥ ବନ୍ଦ କରିଦେଇଛି । ସୁରିନ ପ୍ରଦେଶର ସୀମାନ୍ତ ନିକଟସ୍ଥ ସମସ୍ତ ବିଦ୍ୟାଳୟ ବନ୍ଦ ହୋଇଛି । ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସତର୍କତା ଜାରି ହୋଇଛି । ପ୍ରାୟ ୪୦ ହଜାର ନାଗରିକଙ୍କୁ ୮୬ଟି ଗାଁର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+