ଜଳ ପ୍ରଳୟରେ ବେହାଲ ଟେକ୍ସାସ, ୮୨ ମୃତ
ଓଃ କି ଭୟଙ୍କର । ପ୍ରକୃତି ରଚିଛି ତାଣ୍ଡବ ଲୀଳା । ଜଳ ପ୍ରଳୟରେ ବେହାଲ ଆମେରିକା ଟେକ୍ସାସ । ବାଦଲଫଟା ବର୍ଷା ସାଙ୍ଗକୁ ଅଚାନକ ବନ୍ୟା ଓ ଭୂସ୍ଖଳନ ଘଟି ଅନେକ ଲୋକଙ୍କ ଜୀବନ ଗଲାଣି । ତା ସହିତ ଖାଦ୍ୟ ଓ ବିଜୁଳି ବିନା ବଞ୍ଚିରହିଥିବା ମଣିଷ ବି ଛଟପଟ ହେଉଛନ୍ତି । ଜୁଲାଇ ୪ ତାରିଖରେ ଆମେରିକାର ଟେକ୍ସାସ ରାଜ୍ୟର ଗୁଆଡାଲୁପ୍ ନଦୀରେ ହଠାତ୍ ବନ୍ୟା ଆସିବାରୁ ୩ ଦିନରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଅଛନ୍ତି । ନଦୀ ନିକଟରେ ଏକ ବାଳିକା ଗ୍ରୀଷ୍ମକାଳୀନ ଶିବିର ଥିଲା, ଯାହା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା । ଶିବିରରେ ଉପସ୍ଥିତ ଥିବା୨୭ ଜଣ ବାଳିକାଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫୦ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ।
ଟେକ୍ସାସର ଅନେକ ଅଞ୍ଚଳରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ । ପାଣିପାଗ ବିଭାଗ ବନ୍ୟା ସତର୍କତା ଜାରି କରିଛି ଏବଂ ଗୁଆଡାଲୁପ୍ ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି । ଶୁକ୍ରବାର ଟେକ୍ସାସର ସେନ ଆଣ୍ଟୋନିଓରେ ପ୍ରବଳ ବର୍ଷା ହୋଇଛି । ମାତ୍ର ୪୫ ମିନିଟ୍ ମଧ୍ୟରେ ନଦୀର ଜଳସ୍ତର ୨୬ ଫୁଟ (୮ ମିଟର) ବୃଦ୍ଧି ପାଇ ଘର ଏବଂ ଯାନବାହାନକୁ ଭସେଇ ନେଇଥିଲା । ହେଲିକପ୍ଟର ଏବଂ ଡ୍ରୋନ୍ ସାହାଯ୍ୟରେ ଲୋକଙ୍କ ସନ୍ଧାନ ଏବେ ବି ଜାରି ରହିଛି । ଏହି ବିପତ୍ତି ସମୟରେ ଟ୍ରମ୍ପ ୧୧ ଜୁଲାଇରେ ଟେକ୍ସାସ ଗସ୍ତ କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦି ୫ ଜୁଲାଇରେ ବନ୍ୟାରେ ପିଲାଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଇଥିଲେ ।

ତେବେ ବର୍ଷା ଯୋଗୁଁ ନଦୀର ଜଳ ସ୍ଥାନୀୟ ଝରଣା ଏବଂ ଜଳପଥରେ ପ୍ରବାହିତ ହୋଇ ରାସ୍ତାଗୁଡିକରେ ବନ୍ୟା ସୃଷ୍ଟି କରିଥିଲା । ଟ୍ରେଲର ଏବଂ ଯାନବାହାନ ଭାସି ଯାଇଥିଲା। ସେନ ଆଣ୍ଟୋନିଓ ଜରୁରୀକାଳୀନ ଦଳଗୁଡ଼ିକ ହେଲିକପ୍ଟର ଏବଂ ଡ୍ରୋନ ବ୍ୟବହାର କରି ଖୋଜା ଖୋଜି କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ଅଞ୍ଚଳର ଲୋକମାନେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବନ୍ୟା ପାଣି ହଠାତ୍ ଆସିଥିଲା ଏବଂ ନିଜକୁ ବଞ୍ଚାଇବା ପାଇଁ ସେମାନଙ୍କୁ ଗଛ ଚଢ଼ିବାକୁ ପଡିଥିଲା । ବନ୍ୟା ଯୋଗୁଁ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗି ପଡ଼ିଥିଲା ଏବଂ କେରଭିଲ୍ ଆଖପାଖ ଅଞ୍ଚଳର ପ୍ରାୟ ୨ ହଜାର ୬୦୦ଘର ବିଜୁଳି ଚାଲିଯାଇଥିଲା ।












Click it and Unblock the Notifications