ଟ୍ରମ୍ପ ହୋଟେଲ ବାହାରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ୍‌,

ଆମେରିକାର ନ୍ୟୁ ଅର୍ଲିୟନ୍ସରେ ନୂଆବର୍ଷର ଦୁଃଖଦ ଦୁର୍ଘଟଣା ପରେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଲସ୍ ଭେଗାସରେ ଟ୍ରମ୍ପ୍ ଇଣ୍ଟରନ୍ୟାସନାଲ୍ ହୋଟେଲ ବାହାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି । ହୋଟେଲର କାଚ ପ୍ରବେଶ ପଥ ସମ୍ମୁଖରେ ଟେସଲାର ଏକ ସାଇବର ଟ୍ରକରେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୭ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ଭୋରରୁ ଏହି ବିସ୍ଫୋରଣ ଘଟିଛି। ହୋଟେଲର ମୁଖ୍ୟ ପ୍ରବେଶ ପଥରେ ସାଇବର୍‌ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂପୃକ୍ତି ସନ୍ଦେହ କରାଯାଉଛି। ଲାସ ଭେଗାସ ପୁଲିସ ଘଟଣାର ତଦନ୍ତ କରୁଛି।

ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ହୋଟେଲକୁ ଖାଲି କରିଦିଆଯାଇଛି। ଟ୍ରକ ଭିତରୁ ଅନେକ ବିସ୍ଫୋରକ ସାମଗ୍ରୀ ମିଳିଛି। ଏହା ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ଟେସଲା କମ୍ପାନି ମାଲିକ ଏଲନ ମସ୍କ। ବୋମା ଲଗାଇ ଟ୍ରକ୍ ବିସ୍ଫୋରଣ କରାଯାଇଥିବା ସେ କହିଛନ୍ତି। ନ୍ୟୁ ଓର୍ଲିନରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ଘଟଣା ହୋଇଥିବାରୁ ଦୁଇ ଆକ୍ରମଣ ମଧ୍ୟରେ ଲିଙ୍କ ସନ୍ଦେହରେ ତଦନ୍ତ ଚାଲିଛି।

Tesla Cybertruck explodes

ଏହି ଅଘଟଣ ଗତ ବୁଧବାର ଦିନ ଘଟିଛି। ବିସ୍ଫୋରଣର କାରଣ ନେଇ ପୋଲିସ ଛାନଭିନ ଚଳାଇଛି। ଅପରପକ୍ଷରେ ଭାଇରାଲ ଭିଡିଓରେ ହୋଟେଲ ବାହାରେ ଥିବା ଟେସଲା ସାଇବରଟ୍ରକ୍ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖାଯାଇଛି। କ୍ଲାର୍କ କାଉଣ୍ଟି ମୁଖପାତ୍ର କହିଛନ୍ତି ଯେ ରାତି ପ୍ରାୟ ୮ଟା ୪୦ମି.ସମୟରେ ଭାଲେଟ୍ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥଲା।

ଟେସଲା ମୁଖ୍ୟ ଏଲନ୍ ମସ୍କ ମଧ୍ୟ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଟେସଲା ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ଲସ୍ ଭେଗାସ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ୍ ହୋଟେଲ ବାହାରେ ଥିବା ଟେସଲା ସାଇବରଟ୍ରକରେ ହୋଇଥିବା ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଭେହିକିଲର ଡିଜାଇନ୍ ବିସ୍ଫୋରଣର ପ୍ରଭାବକୁ ହ୍ରାସ କରିବାରେ ସକ୍ଷମ। ଯାହାଫଳରେ ହୋଟେଲରେ କୌଣସି ବିଶେଷ କ୍ଷତି ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+